ବ୍ରହ୍ମପୁର ( ଓବି ନ୍ୟୁଜ): ଧୁମଧାମରେ ଚାଲିଛି ପବିତ୍ର ରଥ ଯାତ୍ରା । ସମସ୍ତଙ୍କ ନଜର ପୁରୀ ଶ୍ରୀ କ୍ଷେତ୍ରରେ ଚାଲିଥିବା ରଥଯାତ୍ରା ଉପରେ ଥିବା ବେଳେ ପଲ୍ଲୀରୁ ସହର ସବୁଠି ଚାଲିଛି ଏହି ପବିତ୍ର ରଥଯାତ୍ରା । ରେଶମ ସହର ବ୍ରହ୍ମପୁର ମଧ୍ୟ ବାଦ୍ ପଡ଼ିନି ଏହି ଯାତ୍ରାରେ । ସହରର ଗୋଷାଣିନୂଆଗାଁ, ବିଜିପୁର, ବଡ଼ବଜାର, ସାନବଜାର, ଉକ୍ରଳ ଆଶ୍ରମ ରୋଡ୍ , କୋର୍ଟପେଟା ଛକ, ଗୋଇଲୁଣ୍ଡି ଛକ, ଖୋଡ଼ାସିଙ୍ଗି ଛକ ଆଦି ସ୍ଥାନରେ ଚାଲିଛି ରଥ ଯାତ୍ରା । ତିନି ଠାକୁର ଗୁଣ୍ଡିଚା ମନ୍ଦିରରେ ବିଜେ କରିଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ଠାକୁରଙ୍କୁ ଦଶ ଅବତାରର ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରାଯାଉଛି । ଆଉ ଆଜି ହେରାପଂଚମୀ ଅବସରରେ ଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ରାତିରେ ଆସବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।