ବ୍ରହ୍ମପୁର ( ଓବି ନ୍ୟୁଜ):ସ୍ଥାନୀୟ ଗେଟ୍ ବଜାର ସ୍ଥିତ ଏନ୍. ଜି.ଓ ହଲ୍ ଠାରେ ଡକ୍ଟରସ୍ ଫୋରମର ମାସିକ ବୈଠକ ସଭାପତି ଡା. ସଙ୍କର୍ଷଣ ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରେ ସଭାପତି ଓ ଉପଦେଷ୍ଟା ପ୍ରଫେସର ପି.ସି ସାହୁ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ପାଦକ ବିଗତ ମାସରେ ହୋଇଥିବା ପୋରମର ଜନହିତକର କାର୍ଯ୍ୟର ବିବରଣୀ ପାଠ କରିଥିଲେ । ସିଏମଇ କାର୍ଯ୍ୟକ୍ରମରେ ବରିଷ୍ଠ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡା. ଶଙ୍କର୍ଷଣ ପାତ୍ର ଭିଟାମିନ ଡି ଅଭାବରେ ଶରୀର ଉପରେ ହେଉଥିବା ରୋଗ ଏବଂ ଏହାର ଭୟଭୟତା ଏବଂ ନିରାକରଣ ନିମନ୍ତେ ଉପାୟ ବିଷୟ ନେଇ ବକ୍ତବ୍ୟ ଦେଇଥିଲେ । ଆଲୋଚନାରେ ବରିଷ୍ଠ ଭେଷଜବିତ୍ ପ୍ରଫେସର ପି.ସି ସାହୁ ଭିଟାମିନ ଡି ଅଭାବରେ ଶରୀରରେ ହୋଇଥିବା ଜଟିଳ ରୋଗ ଯଥା କ୍ୟାନ୍ସର, ମଧୁମେହ ଆଦି ରୋଗର ପ୍ରତିକାର ବ୍ୟବସ୍ଥା ପାଇଁ ଭିଟାମିନ ଡି ର ଆବଶ୍ୟକତା ବିଷୟରେ କହିଥିଲେ । ଏହି ମାସରେ ଜନ୍ମିତ ଡକ୍ଟର ସାଗର ରଞ୍ଜନ ତ୍ରିପାଠୀଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଦିଆଯାଇଥିଲା । ଶେଷରେ ସହ ସଂପାଦକ ପ୍ରସନ୍ନ କର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫୋରମର ଉପସଭାପତି ଡ. ଧବଳେଶ୍ୱର ନାହାକ, କୋଷାଧ୍ୟକ୍ଷ ଡ. ସମରେନ୍ଦ୍ର ସାହୁ, ଡ. ଜେ. ରାମା ରାଓ, ଡ. ଭାସ୍ୱତି ପଣ୍ଡା, ଡ. ବି. କେ ସୁବୁଦ୍ଧି, ଡ଼. ବିପିନ ବିହାରୀ ସାହୁ, ଡ. ଅନୀଲ ସାହୁ, ଡ. ପି. କେ. କର, ଡ଼. ଏମ୍ . ଭି ରାମା ଚନ୍ଦ୍ର ରାଓ, ଡ଼. ସତ୍ୟ ନାରାୟଣ ସାହୁ ଓ ଡ଼. ଜି.ସି ମହାପାତ୍ର ସମେତ ୨୦ରୁ ଉଦ୍ଧ୍ୱର୍ ଡକ୍ଟର ଯୋଗ ଦେଇଥିଲେ । ଶେଷର ଜାତୀୟ ସଂଗୀତ ଗାନ କରି ସଭା ଶେଷ କରିଥିଲେ ।