ଲଗାଣ ବର୍ଷା ହେଲେ ସହରବାସୀ ଚିନ୍ତିତ

0
25

ସୋନପୁର,(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ଜୁନ୍ ମାସ ଦ୍ୱିତୀୟ ସପ୍ତାହରୁ ବର୍ଷାର ଅଭାବ ଦେଖା ଦେଇଥିବା ସୁବର୍ଣ୍ଣପୁର ଜିଲ୍ଲାରେ ଜୁଲାଇ ପ୍ରଥମ ସପ୍ତାହରେ ଭଲ ବର୍ଷା ହୋଇଥିବା ଯୋଗୁଁ ଗତ ମାସ ବର୍ଷାର ପରିମାଣକୁ ବହୁ ମତ୍ରାରେ ସୁଧାରି ଦେଇଛି । ଜୁଲାଇରେ ସ୍ୱାଭାବିକ ବୃଷ୍ଟିପାତ ୩୯୭.୨୦ ମିମି ରହିଛି । ସ୍ୱାଭାବିକ ବର୍ଷା ହୋଇଥିବାରୁ ଏବେ ଜଳସେଚିତ ଓ ଅଣ ଜଳସେଚିତ ଉଭୟ ଅଂଚଳରେ ଚାଷ କାମ ଆରମ୍ଭ କରିବାରେ କିଛି ଅସୁବିଧା ନାହିଁ । ଜୁଲାଇ ପ୍ରଥମ ସପ୍ତାହରୁ ଭଲ ବର୍ଷା ହୋଇଥିବା ଯୋଗୁଁ ଜିଲ୍ଲାର ଚାଷୀ ଉଲ୍ଲସିତ ଥିବା ବେଳେ ଏହି ଲଗାଣ ବର୍ଷା ସହରୀ ଲୋକଙ୍କ ପାଇଁ ସମସ୍ୟା ହିଁ ସମସ୍ୟା ସୃଷ୍ଟି କରିଛି । ସୋନପୁର ସହରର ରାସ୍ତା ଘାଟ ଓ ନର୍ଦ୍ଦମା ଏପରି ନିର୍ମାଣ କରାଯାଇଛି ଯେ ବର୍ଷା ଦିନରେ ଜଳ ନିଷ୍କାସନ ଏକ ବଡ଼ ସମସ୍ୟା ହୋଇଛି । ଅଳ୍ପ କିଛି ବର୍ଷାରେ କେଉଁଠି ରାସ୍ତାରେ ଆଣ୍ଠୁଏ ପାଣି ତ କେଉଁଠି ଡ୍ରେନ ଅସନ୍ତୋଷ ଯୋଗୁଁ ପାଣି ଜମି ରହୁଛି ତ କେଉଁଠି ମଇଳାରେ ପାଣି ଜମି ଅପରିବେଶ ସୃଷ୍ଟି ସହିତ ପ୍ରବଳ ଦୁର୍ଗନ୍ଧ ସୃଷ୍ଟି ହେଉଛି । ସହର କିଛି ଗଳି କନ୍ଦି ଏପରିକ କିଛି ଜାଗାରେ ମୁଖ୍ୟ ରାସ୍ତାର ମଧ୍ୟ ପାଣି ନିଷ୍କାସନ ହେବା ପାଇଁ କୌଣସି ସୁବିଧା ନାହିଁ । ଜିଲ୍ଲା ସଦର ମହକୁମା ହୋଇଥିଲେ ହେଁ ସହରରେ ନା ମାଷ୍ଟର ପ୍ଳାନ ହୋଇଛି ନା ପୌର ପରିଷଦ ପକ୍ଷରୁ ଜଳ ନିଷ୍କାସନ ପାଇଁ କୌଣସି ସୁଚିନ୍ତିତ ବ୍ୟବସ୍ଥା କରାଯାଇଛି । ରାସ୍ତା କଡରୁ ହିଁ ଦୋକାନ ଘର ନିର୍ମାଣ କରାଯାଇଥିବାରୁ ରାସ୍ତାର ପାଣି ଯିବା ପାଇଁ ବାଟ ନାହିଁ । ସେହିପରି କିଛି ଜାଗାରେ ଡ୍ରେନ ଉପରେ ଜବର ଦଖଲ ଯୋଗୁ ଅନେକ ସମସ୍ୟା ସୃଷ୍ଟି ହେଉଛି । ପୌର ପରିଷଦ ଏ ଦିଗରେ ସଂପୂର୍ଣ୍ଣ ଉଦାସୀନ ରହିଛି । ବର୍ଷା ଦିନରେ ମହାନଦୀ ଉପରେ ସାଧାରଣ ଲୋକେ ନିର୍ଭର କରୁଥିବା ବେଳେ ଏହି ନଦୀରୁ ଜଳ ଯୋଗାଣ ମଧ୍ୟ ହେଉଛି । ସହରର ଆବର୍ଜନା ଯୁକ୍ତ ପାଣି ସିଧାସଳଖ ନଦୀରେ ମିଶୁଥିବାରୁ ଏହା ଆଉ ଏକ ସମସ୍ୟା ହୋଇ ଉଭା ହେଲାଣି । ପୂର୍ବରୁ ସୋନପୁର ରେ ଯେଉଁ ଡ୍ରେନ ବ୍ୟବସ୍ଥା ଥିଲା ଏବେ ସେହି ଅବସ୍ଥାରେ ରହିଛି । ଏବେ ପୌରପରିଷଦରେ ନିର୍ବାଚିତ ପ୍ରତିନିଧି କେହି ନଥିବାରୁ ଓ ସହରର ସମସ୍ତ ରାସ୍ତାଘାଟ ଏବେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିବାରୁ ବର୍ଷା ଦିନରେ ଏଗୁଡିକର ମରାମତି ହେବା ନେଇ ମଧ୍ୟ ସନ୍ଦେହ ରହିଛି ।

LEAVE A REPLY

Please enter your comment!
Please enter your name here