ମାଗୁରାଣି ଛାଂଚରାରେ ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

0
79

ବେଗୁନିଆପଡ଼ା(ଓବି ନ୍ୟୁଜ)(ଗାୟତ୍ରୀ ଦେବୀ): ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ପଂଚାୟତର ମାଗୁରାଣି ଛାଂଚରା ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅର ବାପା ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଝିଅଙ୍କ ନାମ ଝିଲ୍ଲୀ ଓରଫ ଖୋଜନି ଦାସ (୨୭) । ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର କଶିବ ଦାସଙ୍କ ବଡ଼ପୁଅ ରବି ଦାସ ପୁରୁଷୋତମପୁର ଥାନା ଅନ୍ତର୍ଗତ ମେଣ୍ଢାପଲ୍ଲୀ ଗ୍ରାମର ରଘୁ ଦାସଙ୍କ ଝିଅ ଝିଲ୍ଲୀ ଓରଫ ଖୋଜନି ଦାସଙ୍କୁ ୨୦୧୧ ମସିହାରେ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ସହ ପୁଅର ବାପା ଓ ମାଆ ଘରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଖାଇପିଇ ଶୋଇବା ପରେ ରାତିରେ ରବି ଉଠି ଦେଖବାବେଳକୁ ଝିଲ୍ଲୀଙ୍କ ମୃତ୍ୟୁ ହୋଇଛି । ରାତିରେ ପୁଅର ବାପା ଝିଅର ବାପାଙ୍କୁ ଫୋନ କରି ଜଣାଇବା ପରେ ଝିଅର ବାପା ବେଗୁନିଆପଡ଼ା ଫାଣ୍ଡିରେ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ଏତଲା ଦେବା ପରେ କୋଦଳା ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ଓ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଂଜନ ପ୍ରଧାନ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଝିଅର ବାହାଘରବେଳେ ଦିଆଯାଇଥିବା ଆସବାବ ପତ୍ରକୁ ଝିଅ ଘରକୁ ହସ୍ତାନ୍ତର କରିଛନ୍ତି ଓ ଏକ ମାମଲା ରୁଜୁ କରି ଝିଅର ସ୍ୱାମୀ ଓ ଶ୍ୱଶୁରକୁ ଅଟକ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here