ବ୍ରହ୍ମପୁର ସାଂସଦଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ

0
87

ପାରଳାଖେମୁଣ୍ଡି,(ଓବି ନ୍ୟୁଜ)(ଗଣେଶ କୁମାର ରାଜୁ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପାରଳାଖେମୁଣ୍ଡି ଗସ୍ତରେ ଆସି ପାରଳାଖେମୁଣ୍ଡୀଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ସାଂସଦର ଶ୍ରୀ ସାହୁ ପ୍ରଥମେ ସ୍ଥାନୀୟ ରାମନଗରସ୍ଥିତ ଚିଲିଂ ପ୍ଲାଂଟ ନିକଟରେ ସମୁଦାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବର୍ଯ୍ୟବସ୍ତୁ କମ୍ପୋଷ୍ଟ ପ୍ରକ୍ରିୟାକରଣ କାରଖାନା ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ ଦେଇଥିଲେ । ଯେଉଁଠାରେ ଦୈନିକ ୫ ମେଟ୍ରିକ ଟନ ବର୍ଯ୍ୟବସ୍ତୁ କମ୍ପୋଷ୍ଟର ପ୍ରକ୍ରିୟାକରଣ ହୋଇପାରିବ ।
ସେହିଭଳି ସାଂସଦ ଶ୍ରୀ ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦେଢ଼ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ନୂତନ କୋଠାର ଦ୍ଘାଟନ କରିଥିଲେ । ସେହିଭଳି ସାଂସଦ ଶ୍ରୀ ସାହୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଜେଲ ରାସ୍ତାର ଅପରପାଶ୍ୱର୍ରେ ୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ପାରଳାଖେମୁଣ୍ଡି ପୌର ପରିଷଦର ନୂତନ ଟାଉନ ହଲ କୋଠା ପାଇଁ ଶିଳାନ୍ୟାସ ଦେଇଥିଲେ । ଶେଷରେ ସାଂସଦ ଶୀ ସାହୁ ଡିଆରଡିଏ କାର୍ଯ୍ୟାଳୟ ସାମନାରେ ୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ରର ଉଦଘାଟନ ଓ ଗୃହ ପ୍ରବେଶ କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ । ଏହି ସମ୍ବଳ କେନ୍ଦ୍ରରେ ମୋଟାମୋଟି ଭାବେ ପ୍ରଶିକ୍ଷଣ ଗୃହ ସମେତ ପିଆରଆଇ ସଭ୍ୟସଭ୍ୟାଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବ୍ୟବହାର ହୋଇପାରିବା, ଡିଆରଡିଏ ଦ୍ୱାରା ଏଠାରେ ଜିଲ୍ଲା ଓ ଗ୍ରାମପଂଚାୟତ ସ୍ତରର ପେଶା ସଂଯୋଜକ ନିଯୁକ୍ତି ହେବେ, ୫୦ ଜଣ ବସିବା ଭଳି ସମ୍ମିଳନୀ କକ୍ଷ, ୬୦ ଜଣ ବସିବା ଭଳି ପ୍ରଶିକ୍ଷଣ କେନ୍ଦ୍ର, କାର୍ଯ୍ୟାଳୟ, ଡାଇନିଂ ଓ କିଚେନ ରୁମ, ଅତିଥି ରୁମ ଏବଂ ଭିଡିଓ କନଫରେନ୍ସିଂ କକ୍ଷ ବ୍ୟବସ୍ଥା ପ୍ରଭୃତିର ସୁବିଧା ରହିଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାସରଥି ଗମାଙ୍ଗ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର.ବିଜୟ କୁମାର, ଜିଲ୍ଲାପାଳ ଅନୁପମ ଶାହା, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଂଚଳା ରାଣା, ସିଡିଏମଓ ଡ.ଗୁନୁରାଣୀ ପଟ୍ଟନାୟକ, ସମସ୍ତ ଏଡିଏମ୍ଓ, ଯୁବରାଣୀ କଲ୍ୟାଣୀ ଗଜପତି, ପୌରନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଡିପିଏମ ସ୍ମିତା ଗୌଡ଼, ପିଡବ୍ଲୁଡିର ନିର୍ବାହୀ ଯନ୍ତ୍ରୀ ପାଢ଼ୀ ବାବୁ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here