ଜି.ଉଦୟଗିରିରେ ଅଚଳ ବସଷ୍ଟାଣ୍ଡ

0
72

ଜି.ଉଦୟଗିରି (ଓବି ନ୍ୟୁଜ)(ପ୍ରତାପ ପାଢୀ) ; ଜି.ଉଦୟଗିରି କୁ ଏନଏସି ହେବାର ପ୍ରାୟ ୪୦ ବର୍ଷ ବିତିଯାଇ ଥିଲେ ମଧ୍ୟଅଊାଉଜି ପର୍ଯ୍ୟନ୍ତ ଅଭିଶପ୍ତ ଅବସ୍ଥାରେ ପଡିରହିଛି ସହରର ବସଷ୍ଟାଣ୍ଡ । ୨୦୦୦ ମସିହାରୁ ପ୍ରଶାସନ ଦ୍ୱାରା ଜି.ଉଦୟଗିରି ଏନଏସିକୁ ସହରର ଶ୍ରୀରାମ ପଦାରେ ବସଷ୍ଟାଣ୍ଡ ପାଇଁ ଜମି ଯୋଗାଇ ଦିଆଯାଇଥିଲା । ଉକ୍ତ ଯାଗାଟି ସହରର ମୁଖ୍ୟ ରାସ୍ତାରୁ ଦୂରରେ ଥିବା କାରଣରୁ ସେ ସମୟରେ ଉକ୍ତ ବସଷ୍ଟାଣ୍ଡଟିକୁ ଅଞ୍ଚଳବାସି
ବିରୋଧ କରିଥିଲେ । ତଥାପି ଏନଏସି ଉକ୍ତ ଜମିରେ ବସଷ୍ଟାଣ୍ଡ ନିର୍ମାନ କରିଥିଲା । କିଛି ଦିନ ଉକ୍ତ ବସଷ୍ଟାଣ୍ଡଟିକୁ ବସ ଚଳାଚଲ ଲାଗିରହିବା ପରେ ବିଭିନ୍ନ ପ୍ରକାର ଆଳ ଦେଖାଇ ବସ ବସଷ୍ଟାଣ୍ଡକୁ ଗଲାନାହିଁ । ଏନଏସି ଦ୍ୱାରା ପୁଣି ଉକ୍ତ ବସଷ୍ଟାଣ୍ଟରେ କିଛି ଦୋକାନ ଗୃ.ଯାତ୍ରୀ ବିଶ୍ରମାଗାର ଓ ପାଚେରୀ ନିର୍ମାଣ କରାଯାଇଥିଲା । ୟା ଭିତରେ ୪ଟି
କାଉନସିଲର ଙ୍କ କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ଉକ୍ତ ବସଷ୍ଟାଣ୍ଡର କିଛି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା । ଏବେ ଦେଖିବାକୁ ବାକି ରହିଲା କେବେ ଉକ୍ତ ବସଷ୍ଟାଣ୍ଡଟି କାର୍ଯ୍ୟକାରୀ ହୋଇପାରୁଛି ଆଉ କେବେ ବସଷ୍ଟାଣ୍ଡକୁ ଗାଡି ଚଳାଚଳ ହେଉଛି ।

LEAVE A REPLY

Please enter your comment!
Please enter your name here