ମାଗୁରାଣୀ ଚାଞ୍ଚରା ରେ ଛେଳି ଓ ମେଣ୍ଢା ମଡକ

0
27

ବେଗୁନିଆପଡ଼ା (ଓବି ନ୍ୟୁଜ୍) :ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଏସ. ଛଚିନା ପଞ୍ଚାୟତର ମାଗୁରାଣି ଚାଞ୍ଚରା ଗ୍ରାମରେ ଛେଳି ଓ ମେଣ୍ଢା ମଡକ ଦେଖା ଦେଇଛି l ଏହି ଗ୍ରାମର ଡି. ଯୋଗୀ ପାତ୍ର ଙ୍କ 7 ଟି, କେ. ତାରିଣୀ ପାତ୍ରଙ୍କ 4 ଟି, ଏ. ସୁରେଶ ପାତ୍ରଙ୍କ, 6 ଟି, ଏମ. କୃଷ୍ନ ପାତ୍ରଙ୍କ ଗୋଟିଏ, ଜେ. କୃଷ୍ଣ ପାତ୍ରଙ୍କ ଗୋଟିଏ, ଏ. ରାମ ପାତ୍ରଙ୍କ ଦୁଇଟି ଛେଳି ଓ ମେଣ୍ଢା ମୃତ୍ୟୁ ବରଣ କରିଥିବା ବେଳେ 50 ରୁ ଅଧିକ ରୋଗରେ ପୀଡ଼ିତ ହୋଇଛନ୍ତି l ବାରମ୍ବାର ଔଷଧ ଦେଇ ଥିଲେ ମଧ୍ୟ କମୁ ନାହିଁ l ଏଣୁ ଚିନ୍ତାରେ ଛେଳି ଚାଷୀ l ପ୍ର ଏହି ଗ୍ରାମରେ ଅଧିକାଂଶ ଗୋଲା ସମ୍ପ୍ରଦାୟର ଲୋକେ ଏଣୁ ହଜାର ହଜାର ଛେଳି ଓ ମେଣ୍ଢା ପାଳନ ଉପରେ ନିର୍ଭର କରିଥାନ୍ତି l ଏ ସମ୍ପର୍କରେ କୋଦଳା ପଶୁ ନିରୀକ୍ଷକ ପ୍ରଭୁଦତ୍ତ ପତିଙ୍କ ସହ ଯୋଗାଯୋଗରେ ସେ କହିଲେ ଷ୍ଟାଫ୍ ଯାଇ ପ୍ରାଥମିକ ଚିକିତ୍ସା କରିଛୁ ଏଥିରେ କମିଯିବା କଥା ତେବେ ଆଜି ପୁଣି ଯାଇ ଦେଖିବୁ l

LEAVE A REPLY

Please enter your comment!
Please enter your name here