ପାରଳାଖେମୁଣ୍ଡି (ଓବି ନ୍ୟୁଜ୍):ପାରଳାଖେମୁଣ୍ଡି ଠାରେ ଚାଲିଥିବା ରଥଯାତ୍ରା ଓ ମିନାବଜାରର ଜନଗହଳି ସ୍ଥାନରେ ଛୋଟ ପିଲାମାନେ ବେକରେ ପିନ୍ଧିଥିବା ସୁନା ହନୁମାନ ଲାକେଟା ବ୍ଲେଦ ଯୋଗେ କାଟି ନେଇ ଚୋରି କରୁଥିବା ,ଜଣେ ମହିଳା ଚୋରକୁ ପୋଲିସ ପକ୍ଷରୁ ଧରାଯାଇଛି । ମହିଳା ଚୋର ଜନକ ପଡୋଶୀ ଆନ୍ଧ୍ରର ପୁରୁଣାପାଟଣା ଗ୍ରାମ ଅଂଚଳର । ଉକ୍ତ ମହିଳା ଚୋର ଠାରୁ ପୋଲିସ ୮ଟି ସୁନା ହନୁମାନ ଲକେଟା ସହ ମୋବାଇଲ , ୨ଟି ଖଣ୍ଡିଆ ବ୍ଲେଦ , ୫୦ ଟାଁକା ଓ ମଣିପୁର୍ସ ଉଧାର କରାଯାଇଛି । ଏ ସମ୍ପର୍କରେ ଆଧିକ୍ ତଦନ୍ତ ଚାଲିଛି , ଏହି ରାକେଟା ପଛରେ ଆଉ କେଉଁ ମାନେ ରହିଛନ୍ତି ବୋଲି ଗଜପତି ଆରକ୍ଷୀ ଅଧିକ୍ଷକ ଏସପି ସାରା ଶର୍ମା , ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ପୋଲିସ ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ପୃକ୍ତ ମହିଳା ଚୋର ଏବଂ ଉଧାର ସୁନା ହନୁମାନ ଲକେଟା ଦେଖାଇ ସୁଚନା ଦେଇଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଠାକୁର ପ୍ରସାଦ ପାତ୍ର ଏବଂ ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁଙ୍କ ସମେତ ମହିଳା ଚୋରକୁ ଧରିଥିବା ପୋଲିସ ର ସ୍ବତନ୍ତ୍ର ସୀ ଟିମ ଉପସ୍ଥିତ ଥିଲେ ।