ସୋନପୁର କଲେଜରେ ବନମହୋତ୍ସବ

0
22

ସୋନପୁର,(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ଆଜି ସୋନପୁର କଲେଜ ପରିସରରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ର ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ଚାରାରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ଉମାକାନ୍ତ ନାଗ, କଳ୍ପନା ମିଶ୍ର, ଡ.ଇତିଶ୍ରୀ ଦାସ, କ୍ଷମାସାଗର ସାହୁ, ସନ୍ତୋଷ ମହାପାତ୍ର, ଅନନ୍ତ ଦାସ ପ୍ରମୁଖ ଯୋଗ ଦେଇ ବନୀକରଣର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଏଥିରେ ଉଭୟ ଯୁବ ରେଡକ୍ରସ ଓ ଏନସିସି ଛାତ୍ରଛାତ୍ରୀ ଯୋଗ ଦେଇ କଲେଜ ପରିସରରେ ସାମୁହିକ ଚାରାରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here