ନାଟ୍ ଅନୁଷ୍ଠାନ ପକ୍ଷରୁ ହ୍ୱିଲ୍ ଚେୟାର ପ୍ରଦାନ

0
46

ସୋନପୁର,(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ):ସୁବର୍ଣ୍ଣପୁରର ନାଟକ, ସାହିତ୍ୟ ଓ ସମାଜସେବା ଅନୁଷ୍ଠାନ ‘ନାଟ୍’ ପକ୍ଷରୁ ଆଜି ଜିଲା ମୁଖ୍ୟ ଚିକିତ୍ସାଳୟର ରୋଗୀଙ୍କ ବ୍ୟବହାର ପାଇଁ ଏକ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଛି । ଜିଲା ଚିକିତ୍ସାଳୟ ପରିସରରେ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡ.ପ୍ରଦୀପ କୁମାର ଗୁରୁ ନାଟ୍ର ସାଧାରଣ ସମ୍ପାଦକ ବନମାଳୀ ପଣ୍ଡାଙ୍କ ଠାରୁ ଏହା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନାଟ୍ର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ, ସଂସ୍କୃତି ସମ୍ପାଦକ ଅବିନାଶ ହୋତା, ଜ୍ୟୋତିବିକାଶ ମିଶ୍ର, ଗତିକୃଷ୍ଣ ବଣିଆଁ, ଚିନ୍ମୟ ରଥ, କ୍ଷିରୋଦ ବିହାରୀ ବିଶ୍ୱାଳ, ଅମିୟ ରଞ୍ଜନ ଦାସଙ୍କ ସମେତ ଷ୍ଟୋର ଫାର୍ମାସିଷ୍ଟ ତାରିଣୀ ଚରଣ ପାତ୍ର ଓ ମୁଖ୍ୟ ଚିକିତ୍ସାଳୟ ପରିଚାଳକ ଗୋପାଳକୃଷ୍ଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଗରୀବଙ୍କ ସେବା ପାଇଁ ନାଟ୍ନିଜକୁ ଧନ୍ୟ ମନେ କରିବା ସହ ଏହି ଅବସରରେ ସମସ୍ତଙ୍କୁ ନାଟ୍ର ସମାଜସେବା ସମ୍ପାଦକ ସଞ୍ଜୟ କୁମାର ପଣ୍ଡା କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here