ସରପଂଚଙ୍କ ଘରେ ପଞ୍ଝା ମାରିଲା ଭିଜିଲାନ୍ସ

0
155

ଦିଗପହଣ୍ଡି(ଓବି ନ୍ୟୁଜ)(ଶିବ ପ୍ରସାଦ ରଥ): ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଦିଗପହଣ୍ଡି ବ୍ଲକ ଆଙ୍କରଡ଼ା ସରପଂଚ ଉଷାନ୍ତ ସାହୁଙ୍କ ୬ଟି ସ୍ଥାନରେ ଚଢ଼ାଉ କରିଛି ବ୍ରହ୍ମପୁର ଭିଜିଲାନ୍ସ । ଦିଗପହଣ୍ଡି ନୀଳାଦ୍ରି ବିହାରସ୍ଥିତ ଦୁଇ ମହଲା କୋଠା, ଦିଗପହଣ୍ଡି ବଜାରରେ ଥିବା ନିର୍ମାଣାଧିନ ୩ ମହଲା କୋଠା, ରାଜପୁର ଗାଁରେ ଥିବା ଏକ ମହଲା କୋଠା, ଦିଗପହଣ୍ଡିସ୍ଥିତ ଗ୍ୟାରେଜ, ପୈତୃକ ଗାଁ ଦିଗପହଣ୍ଡି ନିକଟସ୍ଥ ନବରଙ୍ଗପୁର ଗାଁ, ପଂଚାୟତ ଅଫିସ ସମେତ ୬ଟି ଜାଗାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ସେ ୨୦୦୮ରୁ ୨୦୧୨ ସମିତିସଭ୍ୟ ଥିଲେ । ୨୦୧୨ରୁ ୨୦୧୭ ତାଙ୍କ ପତ୍ନୀ ସରପଂଚ ରହିଥିଲେ । ବର୍ତମାନ ସେ ସରପଂଚ ଅଛନ୍ତି । ଏହାସହିତ ସେ ଦିଗପହଣ୍ଡି ଦେଶୀ ମଦ ଭାଟିର ଅଂଶୀଦାର ଥିବା ମଧ୍ୟ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here