ଓଏଏସ ସ୍ତରରେ ବଡ଼ଧରଣର ବଦଳି

0
55

ଭୁବନେଶ୍ୱର(ଓବି ନ୍ୟୁଜ): ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଉପଜିଲ୍ଲାପାଳ ସ୍ତରରେ ମୋଟ ୪୧ଜଣ ଅଫିସରଙ୍କ ବଦଳି ହୋଇଛି।ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ଶୁଭେନ୍ଦୁ କାନୁନଗୋଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବାବେଳେ ସୁଶାନ୍ତ କୁମାର ବାରିକଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ, ବିକାଶ ଚନ୍ଦ୍ର ମହାପାତ୍ରଙ୍କୁ ଟେକ୍ସଟ ବୁକ୍ ପ୍ରଡକ୍ସନ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ, ଭାସ୍କର ଚନ୍ଦ୍ର ଟୁରୁକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ, ରୁଦ୍ରପ୍ରସନ୍ନ ସାହୁଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଅତିରିକ୍ତ ସଚିବ, ଉଦୟ ନାରାୟଣ ଦାସଙ୍କୁ ଏମଏସଏମଇ ବିଭାଗର ଅତିରିକ୍ତ ସଚିବ, ବ୍ରତତୀ ହରିଚନ୍ଦନଙ୍କୁ ଓସଡମା ଜେନେରାଲ ମ୍ୟାନେଜର, ଗଙ୍ଗାଧର ସାହୁଙ୍କୁ ଏସସିଇଆରଟି ନିର୍ଦ୍ଦେଶକ, ଆଲୋକ କୁମାର କରଙ୍କୁ ବିଭାଗୀୟ ତଦନ୍ତ କମିଶନର(ସିଡିଆଇ), ସରୋଜ କୁମାର ମିଶ୍ରଙ୍କୁ ଗୃହ ବିଭାଗର(ପ୍ରୋଟେକଲ) ଅତିରିକ୍ତ ସଚିବ, ବ୍ରଜ ଗୋପାଳ ଆଚାର‌୍ୟ୍ୟଙ୍କୁ ଓଏସଆରଟିସି ଜେନେରାଲ ମ୍ୟାନେଜର, ସତ୍ୟନାରାୟଣ ଦାସଙ୍କୁ ଲିଗାଲ ମେଟ୍ରୋଲୋଜି ନିୟନ୍ତ୍ରକ, ମଧୁସୂଦନ ମିଶ୍ର-୨ଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ସରୋଜକାନ୍ତ ମହାନ୍ତିଙ୍କୁ ଜଗତସିଂହପୁର ଡିଅରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ସୁବ୍ରତ କୁମାର ପଣ୍ଡାଙ୍କୁ ଯୁକ୍ତଦୁଇ ଶିକ୍ଷା ପରିଷଦର ସଚିବ ଭାବେ ନିଯୁକ୍ତି ମିଳିଛି। ସେହିପରି ରଘୁରାମ ଆୟରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ଓ ଓପେପା ଅତିରିକ୍ତ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ନୃସିଂହ ଚରଣ ସାହୁଙ୍କୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ, ଦେବବ୍ରତ ଜେନାଙ୍କୁ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର ଯୁଗ୍ମ ସଚିବ, ସୁଦର୍ଶନ ସେଠୀଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ, ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଇଡକୋ ଲ୍ୟାଣ୍ଡ ଅଫିସର, ବୀରେନ୍ଦ୍ର କୋରକୋରାଙ୍କୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ସେହିପରି ଦୀଗନ୍ତ ରାଉତରାୟଙ୍କୁ ଖୋର୍ଦ୍ଧା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ତାପିରାମ ମାଝୀଙ୍କୁ ଝାରସୁଗୁଡ଼ା ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଭୈରବ ସିଂ ପଟେଲଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଜ୍ଞାନରଞ୍ଜନ ଭଞ୍ଜଦେଓଙ୍କୁ କଳାହାଣ୍ଡି ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରଦୀପ କୁମାର ସାହୁ(ଖ)ଙ୍କୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ, ଅବିନାଶ ରାଉତଙ୍କୁ ପୁରୀ ପୌରପରିଷଦର ଅତିରିକ୍ତ କାର‌୍ୟ୍ୟନିର୍ବାହୀ ଅଧିକାରୀ, ହରିଶ ଚନ୍ଦ୍ର ଜେନାଙ୍କୁ ନୀଳଗିରି ଉପଜିଲ୍ଲାପାଳ, ସରୋଜ କୁମାର ମିଶ୍ରଙ୍କୁ ସମ୍ବଲପୁର ସ୍ପେଶାଲ ଲ୍ୟାଣ୍ଡ ଅଫିସର, ବାଦଲ କୁମାର ମହାନ୍ତିଙ୍କୁ ଓରମାସ ଡେପୁଟି ସିଇଓ, ଶୁଭ୍ରାଂଶୁ ମିଶ୍ରଙ୍କୁ କଟକ ଉପଜିଲ୍ଲାପାଳ, ସଞ୍ଜୀବିତା ରାୟଙ୍କୁ କଟକ ମହାନଗର ନିଗମର ଡେପୁଟି କମିଶନର, ସୁସ୍ମିତା ବେହେରାଙ୍କୁ ଓସଡମା ଡେପୁଟି ଜେନେରାଲ ମ୍ୟାନେଜର, ରବିନ୍ଦ୍ର କୁମାର ସେଠୀଙ୍କୁ ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ଦେବବ୍ରତ ସାହୁଙ୍କୁ ଭୁବନେଶ୍ୱର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ ଶୁଭେନ୍ଦ୍ର କୁମାର ସାମଲଙ୍କୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ, ରଜନୀକାନ୍ତ ସ୍ୱାଇଁଙ୍କୁ ଅନୁଗୋଳ ଜିଲ୍ଲା ଡିଆରଡିଏରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଅନିରୁଦ୍ଧ ପ୍ରଧାନଙ୍କୁ ସମ୍ବଲପୁର ଉପଜିଲ୍ଲାପାଳ, ଦୀନାକୃଷ୍ଣ କରଙ୍କୁ କଟକ ଜିଲ୍ଲା ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ସବ୍ୟସାଚୀ ହୋତାଙ୍କୁ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର, ଶୁଭେନ୍ଦୁ କୁମାର ସାହୁଙ୍କୁ ଭୁବନେଶ୍ୱର ମହାନଗର ନିଗମ ଡେପୁଟି କମିଶନର ଭାବେ ବଦଳି କରାଯାଇଛି।

LEAVE A REPLY

Please enter your comment!
Please enter your name here