ଜୀବିକା ମିଶନ୍ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ନେଇ ବୈଠକ

0
34

ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ କୁମାର ରାଜୁ): ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଜୀବିକା ମିଶନ ପକ୍ଷରୁ ଜିଲ୍ଲାରେ ଥିବା ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠିର ସଭ୍ୟମାନଙ୍କ ଆର୍ଥିକ ସ୍ତର ମଜଭୁତ କରାଯିବା ଲକ୍ଷ୍ୟ ନେଇ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜୀବିକା ମିଶନ ଉପନିର୍ଦ୍ଦେଶକ ଗୁଣ୍ଡିଚା ବେହେରାଙ୍କ ସଭାପତିତ୍ୱରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଂଚଳ ରାଣା ଯୋଗ ଦେଇଥିଲେ । ମୁଖ୍ୟତଃ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଆର୍ଥିକ ସ୍ତରରେ କିଭଳି ମଜଭୁତ ହୋଇପାରିବ, ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ଗୁଡ଼ାକ କିଭଳି ବିଭିନ୍ନ ସ୍ଥାନକୁ ପଠାଯାଇ ଭଲ ଦୁଇ ପଇସା ରୋଜଗାର ହୋଇପାରିବ, ରାଜ୍ୟ ଓ ରାଜ୍ୟ ବାହାରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ମେଳା ଉତ୍ସବ କାର୍ଯ୍ୟକ୍ରମରେ ଗୋଷ୍ଠିର ମହିଳାମାନଙ୍କ ଦ୍ୱାରା ନିର୍ମିତ ଓ ଉତ୍ପାଦିତ ଦ୍ରବ୍ୟର କିଭଳି ଉଚିତ ମୂଲ୍ୟ ମିଳିପାରିବା ସହ ଗୋଷ୍ଠିର ମହିଳାମାନେ ଅଧିକ ଲାଭବାନ ହୋଇପାରିବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜୀବିକା ମିଶନ, ମିଶନ ଶକ୍ତି ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭୂମିକା ଓ କ୍ରୟାବଳି ଉପରେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କୁ ବୁଝାଯାଇଥିଲା । ଜିଲ୍ଲା ଜୀବିକା ମିଶନର ରାଜେନ୍ଦ୍ର ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ୟମାନଙ୍କ ମଧ୍ୟରେ ମଂଚାସୀନ ଅତିଥି ଭାବେ ଜିଲ୍ଲା ନାବାର୍ଡ଼ ଉନ୍ନୟନ ଅଧିକାରୀ ସୁଦ୍ୟାମ୍ନ ପାଲ, ଡିପିଏମ ରଶ୍ମିରଂଜନ ସେଠି ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here