ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ କୁମାର ରାଜୁ): ପାରଳାଖେମୁଣ୍ଡିସ୍ଥିତ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷଠାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷିତ ମାତୃତ୍ୱ କାର୍ଯ୍ୟକ୍ରମ ପାଳନ କରାଯିବା ସହ ଗର୍ଭାବସ୍ଥାରେ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଉପରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଡିଏମଓ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଗୁନୁରାଣୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସୁରକ୍ଷିତ ଭାବେ କିଭଳି ଶିଶୁଟି ଜନ୍ମ ହୋଇପାରିବ, ଏଥିପାଇଁ କେଉଁ ଦିଗଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦେବାକୁ ହେବ, ଗର୍ଭବତୀ ହେବାଠାରୁ ତାଙ୍କ ଶରୀର-ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବ ଏବଂ ମାତୃତ୍ୱ ଲାଭ କରିବା ପୂର୍ବରୁ ଏବଂ ପରେ ଆଶାକର୍ମୀ ଓ ତାଙ୍କ ସହକାରୀ କର୍ମୀମାନଙ୍କ ସହ ଉତମ ଯୋଗାଯୋଗ ରଖିବା ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଡିପିଏମ୍ ସୌମ୍ୟା ଗୌଡ଼ ଏବଂ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସକ ଡା.ସରୋଜ କୁମାର ମିଶ୍ର ପ୍ରମୁଖ ମଂଚାସୀନ ଥିଲେ ।