ପୁରୁଷୋତମପୁର(ଓବି ନ୍ୟୁଜ)(ସ୍ୱତନ୍ତ୍ର ପ୍ରତିନିଧି ସୁନିଲ କୁମାର ସାହୁ): ସ୍କୁଲରେ ଅଘଟଣ । ପାଚେରି ନିର୍ମାଣ ପାଇଁ ହୋଇଥିବା ସୂଚନାଫଳକ ସ୍କୁଲ ଛାତ୍ରଙ୍କ ଉପରେ ପଡ଼ିଯିବାରୁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏପରି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ପୁୁରୁଷୋମପୁର ବ୍ଲକ ଅନ୍ତର୍ଗତ ବାଘଳା ପଂଚାୟତ ଆଙ୍ଗୁ ଗ୍ରାମରେ ଥିବା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନିର୍ମିତ ଏକ ସୂଚନା ଫଳକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କ ଉପରେ ପଡ଼ିଯିବା ଫଳରେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଆଙ୍ଗୁ ଗ୍ରାମର ବୁଦ୍ଧିଆ ଦାସଙ୍କ ପୁତ୍ର ଶ୍ୟାମ ଦାସ ଷଷ୍ଠ ଶ୍ରେଣୀରେ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିଲେ । ମଙ୍ଗଳବାର ମଧ୍ୟାହ୍ନ ଭୋଜନ ସମୟରେ ଶ୍ୟାମ ଖେଳୁଥିବା ସମୟରେ ବିଦ୍ୟାଳୟ ପାଚେରି ନିର୍ମାଣ କରିବା ନିମନ୍ତେ ସୂଚନାଫଳକଟି ଶ୍ୟାମଙ୍କ ଉପରେ ଖସିପଡ଼ିଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ସ୍କୁଲର ସ୍କୁଲଶିକ୍ଷକ ଉଦ୍ଧାର କରି ବ୍ରହ୍ମପୁର ବଡ଼ମେଡିକାଲକୁ ଆଣିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ଘଟିଛି । ଖବର ପାଇ ବ୍ରହ୍ମପୁର ମେଡିକାଲ ଫାଣ୍ଡି ଅଧିକାରୀ ଜନ୍ମେଜୟ ମଲ୍ଲିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଜବତ କରିବା ସହ ୩୭୦/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି । ଏହି ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।