ଆକାଶ ପଟ୍ଟନାୟକ ହେଲେ ହିଞ୍ଜିଳି ବିଜେପି ନଗର ଉପସଭାପତି

0
194

ହିଞ୍ଜଳିକାଟୁ(ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ଆଗକୁ ପୌର ନିର୍ବାଚନ ଥିବା ବେଳେ ପୌରାଂଚଳ ନଗର କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କ ସର୍ବସମ୍ମତି କ୍ରମେ ଦଳର ପୂର୍ବତନ ସାଧାରଣ ସମ୍ପାଦକ ଆକାଶ ପଟ୍ଟନାୟକଙ୍କୁ ନଗର ଉପ-ସଭାପତି ଭାବେ ମନୋନୀତ କରାଯିବା ସହ ସଙ୍ଗଠନ ପର୍ବ ସଦସ୍ୟତା ଅଭିଯାନ ୨୦୧୯ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ପୂର୍ବରୁ ଦଳ ସାଧାରଣ ସମ୍ପାଦକ ଭାବେ ରହି ଦଳରେ ଅନେକ ନୂତନ ସଦସ୍ୟ ଯୋଡ଼ି ପାରିଥିଲେ। ହିଂଜିଳିକାଟୁ ପୌରାଂଚଳ ବିଜେପି ସଭାପତି ମାଧବ ଗୌଡ଼ଙ୍କ ପ୍ରସ୍ତାବ କ୍ରମେ ତଥା ତାଙ୍କ କୁଶଳ ସାଙ୍ଗଠନିକ ଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ନଗର ଉପ-ସଭାପତି ଭାବେ ମନୋନୀତ କରାଯାଇଛି ବୋଲି ନଗର ସାଧାରଣ ସମ୍ପାଦକ ଭୂବନେଶ୍ୱର ନାହାକ କହିଛନ୍ତି।

LEAVE A REPLY

Please enter your comment!
Please enter your name here