ଗଞ୍ଜାମ(ଓବି ନ୍ୟୁଜ)(ଉମାକାନ୍ତ ବେହେରା): ଗତ ୫ ତାରିଖରୁ ଆନ୍ଧ୍ର ପ୍ରଦେଶର ସୀମାଞ୍ଚଳ ରେଳ ଷ୍ଟେସନ ରୁ ନିଖୋଜ ହୋଇଯାଇଥିବା ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣ ପୁର ଗ୍ରାମ ର ନରେନ୍ଦ୍ର ସାହୁ ଙ୍କ ପୁତ୍ର ନିରାକାର ସାହୁ ୪୫ ଙ୍କ ପଟା ମିଳୁନି।ଏନେଇ୧୦ ତାରିଖରେ ବିଶାଖ ପାଟଣା ଜିଆରପି କାର୍ଯ୍ୟାଳୟରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଜିଆରପି କାର୍ଯ୍ୟାଳୟ ପକ୍ଷରୁ ୨୦୮/୮ କେଶ ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଜଣା ପଡ଼ିଛି। ସୂଚନା ଥାଉକି ନିଖୋଜ ବ୍ୟକ୍ତି ଜଣକର ସାମାନ୍ୟ ବିକୃତ ମାନସିକତା ରହିଥିବା ବେଳେ ଗତ ୫ ତାରିଖ ରେ ବାପା ଓ ପୁଅ ଦୁହେଁ ଏଣ୍ଟରସିଟି ଏକ୍ସପ୍ରେସ ରେ ସୀମାଞ୍ଚଳ ଦର୍ଶନ କରିବାଙ୍କୁ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସୀମାଞ୍ଚଳ ରେଳ ଷ୍ଟେସନ ରେ ଦୁହେଁ ବସିଥିବା ବେଳେ ପୁଅ ପରିଶ୍ରା କରିବା କୁ କହି ଅଲଗା ହୋଇଯାଇଥିଲେ। ସେହିଦିନ ଠାରୁ ନିରାକାର ନୋଖୋଜ ହୋଯାଇଥିବା ବେଳେ ପରିବାର ବର୍ଗ ଆଶା ଓ ଆଶଙ୍କା ମଧ୍ୟରେ ରହିଥିବା ଜଣାପଡିଛି ।