ଉପଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ

0
111

ଦିଗପହଣ୍ଡି (ଓବି ନ୍ୟୁଜ)(ଶିବ ପ୍ରସାଦ ରଥ): ଦିଗପହଣ୍ଡି ବ୍ଲକ ବଡ଼ଡିମ୍ବୁଳା ସର୍କଲ ଝରିପଦର ପାହାଡ଼ ନିକଟରୁ ଏକ ମୋରମ ବୋଝେଇ ଟ୍ରାକ୍ଟର ଉପଜିଲ୍ଲାପାଳ ଦିଗନ୍ତ ବାବୁ ଏବଂ ପଦ୍ମନାଭପୁର ସର୍କଲ ଆରଆଇ ଫକିର ମୋହନ ରାଉତଙ୍କ ମିଳିତ ଉଦ୍ୟମରେ ଧରି ପଚାଶ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ଏହାପୂର୍ବରୁ ସ୍ଥାନୀୟ ଲୋକେ ବହୁବାର ଅଭିଯୋଗ କରିଥିଲେ ହେଁ ସ୍ଥାନୀୟ ପାହାଡ଼ରୁ ବେଆଇନ ଭାବେ ମୋରମ ଚାଲାଣ, ଜିଲୋଟିନ ଦ୍ୱାରା ପଥର ଫୁଟାଇବା, ବିନା ଲାଇସେନ୍ସରେ ଉପର ଇଟାଭାଟି ଚଳାଇଥିଲେ । ସ୍ଥାନୀୟ ଆରଆଇଙ୍କ ନିରବତା ଲୋକଙ୍କ ମନରେ ପ୍ରଶାସନ ପ୍ରତି ସନ୍ଦେହ ସୃଷ୍ଟି ହେଉଥିଲା । ବର୍ତମାନ ଉପଜିଲ୍ଲାପାଳଙ୍କ ଚଢ଼ାଉ ପରେ ଆଗକୁ ଏହି ଅଂଚଳରେ ହେଉଥିବା ରାଜସ୍ୱହାନୀ ଓ ବହୁ ବେଆଇନ କାରବାର ବନ୍ଦ ହେବାର ସମ୍ଭାବନା ଉଦୟ ହେଲା ବୋଲି ଜଣାପଡ଼ିଛି । ଏହାସହ ଉପଜିଲ୍ଲାପାଳ ଦିଗପହଣ୍ଡି ତହସିଲ ଓ ପଦ୍ମନାଭପୁର ଆରଆଇ ଅଫିସ ବୁଲି ବିଭିନ୍ନ କାର୍ଯ୍ୟ ବିଷୟରେ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here