ପାରଳାଖେମୁଣ୍ଡିି (ଓବି ନ୍ୟୁଜ)(ଗଣେଶ କୁମାର ରାଜୁ): ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ରବ୍ୟାଙ୍କ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଛତୁ ଚାଷ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ କିଶୋର ଚନ୍ଦ୍ର ନାୟକ ଏବଂ ଜିଲ୍ଲା ନାବାର୍ଡ ଅଧିକାରୀ ସୁଦ୍ୟୋମ୍ନ ପାଲ ଓ ଜିଲ୍ଲା ଓର୍ମାସ୍ ର ମୁଖ୍ୟ ଗୁଣ୍ଡିଚା ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛତୁ ଚାଷ କିଭଳି ଏକ ଲାଭଦାୟକ , ଛତୁ ଚାଷ ଦ୍ବାରା କିଭଳି ଆର୍ଥିକ ମାନଦଣ୍ଡରେ ପରିବର୍ତନ ହୋଇପାରିବ ଏବଂ ତାଲିମ ନେବାପରେ କିଭଳି ଜଣେ ନିଜକୁ ଶ୍ଵାବଲମ୍ବି କରିପାରିବେ ତାହା ବୁଝାଇଥିଲେ ।