ପାରଳାଖେମୁଣ୍ଡିି (ଓବି ନ୍ୟୁଜ)(ଗଣେଶ କୁମାର ରାଜୁ): ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ସମନ୍ବୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୧୦ ଟି ସରକାରୀ ବିଭାଗର କାର୍ଯ୍ୟ ସ୍ୱୟଂ ସହାୟକ ଗୋଷ୍ଠି ମାନେ କରିବେ ବୋଲି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁନ୍ତଳା ମଲ୍ଲିକ ସୁଚନା ଦେଇଥିଲେ । ମୁଖ୍ୟତଃ ବିଭିନ୍ନ ବିଭାଗର ଯୋଜନା କାର୍ଯ୍ୟରେ ସ୍ୱୟଂ ସହାୟକ ଗୋଷ୍ଠି ଗୁଡ଼ିକ ନିଜକୁ କିଭଳି ସାମିଲ କରିପାରିବେ , ମିଶନ ଶକ୍ତି ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ମାଧ୍ୟମରେ ସମ୍ପାଦନା ହେବାକୁ ଥିବା କାର୍ୟ୍ୟ ସମ୍ପର୍କରେ ଏବଂ ଏହାଦ୍ୱାରା ଗୋଷ୍ଠି ର ସଦସ୍ୟ। ମାନେ ବିଭିନ୍ନ ସରକାରୀ କାର୍ୟ୍ୟକ୍ରମରେ ସାମିଲ ହୋଇ ନିଜର ଆର୍ଥିକ ସ୍ଥିତିକି କିଭଳି ସୁଦୃଢ କରିପାରିବେ ସେ ସମ୍ପର୍କରେ ମଂଚସିନ ଅଧିକାରୀ ମାନେ କହିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଅନୁପମ ଶାହା ଅଧ୍ୟକ୍ଷତା କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ସ୍ୱଧ୍ହା ଦେବ ସିଂହ , ପ୍ରକଳ୍ପ ନିର୍ଦେଶକ ଚଞ୍ଚଳ ରାଣା , ଏବଂ ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ ପ୍ରମୁଖ ମଂଚସିନ ଅତିଥି ଭାବେ ଯୋଗ ଦେଇଥିଲେ
ମହିଳା ଗୋଷ୍ଠିଙ୍କୁ ଶ୍ଵାବଲମ୍ବି କରାଯିବା ଉପରେ ବିଶେଷ ଗୁରୁତ୍ୱ ଦେଇ ପ୍ରତି ମାସରେ କାର୍ଯ୍ୟକ୍ରମର ସଫଳତା ନେଇ ସମୀକ୍ଷା କରାଯିବ ଏବଂ କାର୍ୟ୍ୟକ୍ରମ ସମ୍ପାଦନା ପାଈଁ ବିଭିନ୍ନ ସରକାରୀ ବିଭାଗ ଓ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ ବୋଲି ବୈଠକରେ କୁହଯାଇଥିଲା ।
ଏହି ବୈଠକରେ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।