ପାରଳାଖେମୁଣ୍ଡିି (ଓବି ନ୍ୟୁଜ)(ଗଣେଶ କୁମାର ରାଜୁ): ପାରଳାଖେମୁଣ୍ଡି ନିକଟସ୍ଥ ଆଳୁରି ନଗର ଠାରେ ଥିବା ସେଂଚୁରିଆନ ବିଶ୍ୱବିଦ୍ୟାଳୟ ସୀଏସଆର ନେତୃତ୍ବାଧୀନ ୧ ମାସ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ କାର୍ଯ୍ୟକ୍ରମ ଆଜି ଉଦ୍ଘାଟିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ଵାଧ୍ହା ଦେବ ସିଂ , ଆରକ୍ଷୀ ଅଧିକ୍ଷକ ତଥା ଏସପି ସାରା ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ବିଶେଷ ଆଲୋଚନା କରି ପ୍ଲାଷ୍ଟିକ ପରିବେଶ ଉପରେ କିଭଳି କୁ-ପ୍ରଭାବ ପକାଇଥାଏ ଏବଂ କୁ-ପ୍ରଭାବ ର ବିଭିନ୍ନ ଦିଗ ଉପରେ ସୁଚନା ଦେଇ ପ୍ଲାଷ୍ଟିକ ବର୍ଜନ କରିବ ପାଈଁ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ପ୍ରେରିତ କରିଥିଲେ ।
ଅନ୍ୟମାନଂକ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଙ୍ଗଠନର ଜିଲ୍ଲା ସଂଯୋଜକ ବିଜୟ କୁମାର ମହାପାତ୍ର , ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଅନିତା ପାତ୍ର , ଡେପୁଟି ରେଜିଷ୍ଟ୍ରାର ସନ୍ଦୀପନ ପାଇନ ଏବଂ ଡ଼ଃ ସାରଦା ପ୍ରସାଦ ନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଶେଷ ଭାବେ ଉତ୍ସାହିତ କରିଥିଲେ ।
ଛାତ୍ରଛାତ୍ରୀ କଲ୍ୟାଣ ବିଭାଗ ଦ୍ଵିନ୍ ଡ଼ଃ ସୁଶାନ୍ତ କୁମାର ପଟନାୟକ , ଛାତ୍ରଛାତ୍ରୀ ମାନଙ୍କୁ ଦୀର୍ଘ ୧ ମାସ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ କାର୍ୟ୍ୟକ୍ରମ ସମ୍ପର୍କରେ ସମ୍ୟକ ବିବରଣୀ ପ୍ରଦାନ କରିବ ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।