ଶିଶୁ କନ୍ୟାର ଚିକିତ୍ସାରେ ଅର୍ଥ ସାଜିଛି ବାଧକ

0
71

କେସିଙ୍ଗା (ଓବି ନ୍ୟୁଜ)(ଦୟାନିଧି ସା): ଜଗା ଓ ବଳିଆଙ୍କ ଭଳି ଅନ୍ୟ ଶିଶୁମାନଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସହଯୋଗ ମିଳିବା କଥା ହେଲେ କାହାର ନଜର ପଡ଼ୁନାହିଁ ଏହି ଶିଶୁ କନ୍ୟା ଉପରେ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନଏସି ୱାର୍ଡ଼ ନଂ ୩ର ବିନୋଦ ବିଶି ଓ ପତ୍ନୀ ପିରବତୀ ବିଶିଙ୍କ ପ୍ରଥମ କନ୍ୟା ସନ୍ତାନ ଚିନ୍ମୟୀଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ । ବିନୋଦ ହେଉଛନ୍ତି ଅତି ଗରିବ ଶ୍ରେଣୀର ଲୋକ । ସକାଳୁ ଉଠି କାହାଘରକୁ କାମ କରି ନଗଲେ ଘରେ ଚୁଲି ଜଳେ ନାହିଁ । ପିରବତୀ ଗତ ବର୍ଷ ଅଗଷ୍ଟ ମାସରେ ରାୟଗଡ଼ା ଜିଲ୍ଲା ସ୍ଥିତ ବିଷମକଟକ ହସପିଟାଲରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଜନ୍ମ ହେବାର କିଛି ଦିନ ପରେ ଧୀରେ ଧୀରେ ଶିଶୁକନ୍ୟାର ମୁଣ୍ଡରେ ପାଣି ପାଣି ଭରିଯିବାରୁ ଖାଦ୍ୟ ଦେୟରେ ବହୁ ଅସୁବିଧା ହୋଇଥିଲା । ବାପା, ମାଆ ନିଜ ଝିଅର କଷ୍ଟକୁ ସହିନପାରି ଧାର କରଜ କରି କଟକ, ବୁର୍ଲା, ବାନୀପାଟଣା, କେସିଙ୍ଗା ଏପରି ଅନେକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ସାରିଲେଣି, ହେଲେ କୌଣସି ସୁଫଳ ମିଳିାପରିନାହିଁ । ବର୍ତମାନ ସୁଦ୍ଧା ଶିଶୁକନ୍ୟା ଚିନ୍ମୟୀ ବିଶିଙ୍କୁ ୧୦ ମାସ ୧୨ ଦିନ ହେଉଥିବାବେଳେ ଓଜନ ୮ କେଜି ରହିଛି । ଯାହାଫଳରେ ତାକୁ ଖାଇବା ଓ ଶୋଇବା ବେଳେ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି । ବିଭାଗୀୟ ଅଧିକାରୀମାନଙ୍କୁ ବହୁବାର ଚିନ୍ମୟୀର ବାପା, ମାଆ ଗୁହାରୀ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ସେମାନେ ପ୍ରକାଶ କରିଛନ୍ତି । ଯାହାଫଳରେ ନିରାଶ ହୋଇ ଭଗବାନଙ୍କ ଉପରେ ଭରସା କରିରହିଛନ୍ତି ଏହି ଗରିବ ପରିବାର । ଆମ ପ୍ରତିନିଧି ସିଡିଏମ୍ଓଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ମୋତେ ଆଜି ପର୍ଯ୍ୟନ୍ତ କେହି ଜଣାଇନଥିଲେ । ବର୍ତମାନ ଜାଣିବା ପରେ ମୁଁ ତାର ବିଚାର କରି ଚିକିତ୍ସାର ବ୍ୟବସ୍ଥା କରିବି ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here