ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ବନମହୋତ୍ସବ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

0
56

ବେଗୁନିଆପଡ଼ା (ଓବି ନ୍ୟୁଜ)(ଗାୟତ୍ରୀ ଦେବୀ): ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଜଳବିଭାଜିକା ଆନୁକୁଲ୍ୟରେ ବେଗୁନିଆପଡ଼ା ବ୍ଲକ ସାଙ୍କୁଡା ପଞ୍ଚାୟତର ଚଣ୍ଡପଲ୍ଲୀ ନିକଟରେ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ କରାଯାଇଛି । ମନରେଗା ଯୋଜନାରେ ଏହି କାର‌୍ୟ୍ୟକ୍ରମରେ ସ୍ଵତନ୍ତ୍ର ଭାବେ କାଜୁ ଚାରା ରୋପଣ କରାଯାଇଥିଲା । ଏହି କାର‌୍ୟ୍ୟକ୍ରମରେ ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ଦାସ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ହଜାରୀ, କୁମୁଦ ଚନ୍ଦ୍ର ପାତ୍ର, ବେଗୁନିଆପଡ଼ା ବ୍ଳକ ସହ ମୃତ୍ତିକା ସଂରକ୍ଷଣ ଅଧିକାରିଣୀ ମୋନାଲିସା ହୋତା, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ସାହୁ, ଜଳ ବିଭାଜିକା ସମ୍ପାଦକ ବୈକୁଣ୍ଠନାଥ ସାହୁ, ହରିହର ଗ୍ରାମ୍ୟ କମିଟି ସଭାପତି ଅନୁ ସ୍ଵାଇଁ, ସଦାଶିବ ପ୍ରଧାନ, ତ୍ରିନାଥ ସାହୁ, ଗଦାଧର ପ୍ରଧାନ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ଯୋଜନାରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଉଭୟ ଘରୋଇ ଓ ସରକାରୀ ସ୍ଥାନରେ ବୃକ୍ଷ ରୋପଣ କରାଯିବକ୍ଷ ସହ କଙ୍କ୍ରିଟ୍ କୂଅ ପାଇଁ ତଥା ଚେକ୍ ଡ୍ୟାମ୍ ପାଇଁ ସରକାରୀ ଅନୁଦାନ ଆସିବା ସହ ସମସ୍ତ ବ୍ୟକ୍ତି ବୃକ୍ଷ ରୋପଣ କରାଇ ଜଳ ବିଭାଜିକା ରେ ଲାଭ ଉଠାଇବା ପାଇଁ ଚେଷ୍ଟା କରିବା ଦରକାର ବୋଲି ପ୍ରକଳ୍ପ ନିର୍ଦେଶକ ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here