ଭିକୁର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲା ମା ବାହୁତୀ କିନ୍ନର ମହାସଂଘ

0
75

ଖଲ୍ଲିକୋଟ (ଓବି ନ୍ୟୁଜ): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିକ୍ରମପୁର ଗ୍ରାମର ରୋଗାଗ୍ରସ୍ତ ହୋଇ ଅସହାୟ ଅବସ୍ଥାରେ ଥିବା ଭିକୁ ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଖବର ପ୍ରସାରଣ ହୋଇଥିଲା । ବିଭିନ୍ନ ଦାତବ୍ୟ ବ୍ୟକ୍ତି , ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କୁ ଖବର ମାଧ୍ୟମରେ ସାହାର‌୍ୟ୍ୟ ପାଇଁ ନିବେଦନ କରିଥିଲେ ଭିକୁ ର ପରିବାର । ଖବର ପ୍ରସାରଣ ଦେଖି ପ୍ରଥମେ ସହାୟତାର ହାତ ବଢ଼ାଇଛି ଭେଜିପୁଟ ଗ୍ରାମରେ ଥିବା ମା ବାହୁତୀ କିନ୍ନର ମହାସଂଘ । ମହାସଂଘର ସଭାପତି ରାଜେଶ୍ବରୀ କିନ୍ନର ଓ ତାଙ୍କର ସହଯୋଗୀ ମାନଙ୍କ ସହ ଭିକୁ ରହୁଥିବା ବିକ୍ରମପୁର ଗ୍ରାମକୁ ଯାଇ ଭିକୁ କୁ ଦେଖାକରିବା ସହ ତାଙ୍କ ମା ଙ୍କୁ ପାଞ୍ଚ ହଜାର ଟଙ୍କା ରାଶି ପ୍ରଦାନ କରିବା ସହ ୨୫ କେଜି ଚାଉଳ ପ୍ରଦାନ କରିଛନ୍ତି । ଏବଂ ସକଳେଶ୍ବର ମନ୍ଦିର ରେ ଭିକୁର ଆରୋଗ୍ୟ ପାଇଁ ଦୀପ ଜାଳି ପ୍ରାର୍ଥନା କରିଛନ୍ତି । କିନ୍ନର ମାନଙ୍କ ଏଭଳି ସମାଜ ସେବାକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here