ହିଂଜିଳିକାଟୁ (ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ହିଂଜିଳି ଥାନା ଅଧୀନ ଦୟାପଲ୍ଲୀ ଗ୍ରାମରେ ଶୁକ୍ରବାର ଦିନ ଜୈନିକ ମହିଳାଙ୍କ ମୃତ ଖବର ପାଇଁ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଶବକୁ ଜବତ କରିଛି । ମୃତକ ହେଲେ ବ୍ରହ୍ମପୁର ଭାବିନିପୁର ଅଂଚଳର ସୁରେନ୍ଦ୍ର ମହାରଣାଙ୍କ ଝିଅ ଦିପା ମହାରଣା(୨୦)। ଏନେଇ ମୃତା ଦୀପଙ୍କ ଭାଇ ସନ୍ତୋଷ ମହାରଣା ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀଙ୍କ କହିବା ଅନୁସାରେ ଶୁକ୍ରବାର ସକାଳେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ହୋଇଥିଲା ଘର କେହି ନଥିବାର ସୁଯୋଗ ନେଇ ଦୀପା ଏକ ଲୁଗା ସାହାଯ୍ୟରେ ଆତ୍ମହତ୍ୟା କରିଥିବା ନେଇ ଦୀପାଙ୍କ ସ୍ୱାମୀ ଦୀପାଙ୍କ ବାପାଙ୍କୁ ଜଣାଇଥିଲେ। ସ୍ୱାମୀଙ୍କ ପରିବାର ପକ୍ଷରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ନେଇ କୁହାଯାଉଥିବା ବେଳେ ଝିଅର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ହତ୍ୟା କରିଥିବା ନେଇ ଅଭିଯୋଗକାରୀ ହିଂଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ନଂ- ୧୭୧/୧୯ ରେ ଏକ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇ ଘଟଣାର ତଦନ୍ତ ଚଲାଇଥିବା ବେଳେ ବ୍ୟବଛେଦ ରିପୋର୍ଟ ମିଳିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ କହିଛନ୍ତି ।