ହିଂଜିଳିକାଟୁ (ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ହିଞ୍ଜିଳି ଥାନା ଅଧୀନ ରଙ୍ଗୁଣୀପଲ୍ଲୀ ଗ୍ରାମ ରେ ଚୋରା ମଦ ବିକ୍ରି ହେଉଥିବା ଖବର ପାଇ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ଠାରୁ ୬ .୩ ଲିଟର ବିଦେଶୀ ମଦ ଓ ବିଶ୍ଵନାଥ ସାହୁ ଠାରୁ ୨୪ ଲିଟର ଦେଶୀ ମଦ ଜବତ କରି ଦୁଇ ଜଣଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରି ୧୬୯/୧୯, ୧୭୦/୧୯ ନଂ ଦୁଇଟି କେଶ ରୁଜୁ ହୋଇଥିବା ଆଇଆଇସି ସୂଚନା ଦେଇଛନ୍ତି। ହିଞ୍ଜିଳିକାଟୁ ପୌରାଞ୍ଚଳରେ ପାନ ଦୋକାନ ଠାରୁ ଆରମ୍ଭ କରି ଛୋଟ ଫାଷ୍ଟ ଫୁଡ଼ ଓ ବଡ଼ ହୋଟେଲରେ ମଦ୍ୟପଙ୍କ ଖୋଲା ମଦ୍ୟପାନର ଆସର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଯାହା ଫଳରେ ସାଧାରଣ ଲୋକଟି ମଧ୍ୟ ହୋଟେଲ ଯିବାକୁ ଉଚିତ୍ ମଣୁ ନାହିଁ। ପୁଲିସ୍ ହୋଟେଲରେ ଚଢାଉ ନକରିବା ଫଳରେ ଦିନକୁ ଦିନ ମଦୁଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି । ହିଞ୍ଜିଳିକାଟୁ ସହରର ଅଧିକାଂଶ ହୋଟେଲରେ ନିଶା କାରବାର ଚାଲୁଥିବା ସମୟରେ ପୋଲିସ ପକ୍ଷରୁ ଚଢାଉ କରାଗଲେ ଅଞ୍ଚଳରେ ଚଢାଉ ସଫଳ ହେବ ବୋଲି ସାର୍ବଜନୀନ ମତ ପ୍ରକାଶ ପାଉଛି।