ଏନକାଉଣ୍ଟର ସ୍ପେଷାଲିଷ୍ଟ ବୁଲୁଛନ୍ତି ଜିଲ୍ଲାରେ ; ଅପରାଧୀ ଙ୍କ ପିଳେହି ପାଣି

    0
    9802

    ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) ; ପୁରୀ ସହରରେ ଦିନକୁ ଦିନ ଅପରାଧ ସଂଖ୍ୟା ବୃଦ୍ଧି ହେବା ସହିତ ଅପରାଧ ନିୟନ୍ତ୍ରଣ ପୋଲିସ୍ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏହା ଜିଲ୍ଲା ପ୍ରଶାସନ ର ମୁଣ୍ଡ ବିନ୍ଧା ର କାରଣ ବି ସାଜିଥିଲା । ଅପରାଧୀ ମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଥିଲା ପୁରୀ ସହର । ଠିକ୍ ସେହି ସମୟରେ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ କାର୍ଯ୍ୟରେ ଯୋଗ ଦେଲେ ପୂର୍ବତନ ପୁରୀ ଏସପି ଆଶଷ ସିଂ । ବାସ୍ ଏହାପରେ ଅପରାଧୀଙ୍କ ମଧ୍ୟରେ ଖେଳିଗଲା କୋକୁଆ ଭୟ । ଆଉ ତା ପରେ ଏସପି ଉମାଶଙ୍କର ସିଂହ କାର୍ଯ୍ୟରେ ଯୋଗ ଦେଇ ଭିନ୍ନ ତରିକାରେ ଅପରାଧ ନିୟନ୍ତ୍ରଣ କରିବା ଆରମ୍ଭ କରିଦେଇଥିଲେ । ତା ପରେ ଆସିଲେ ୨ ଜଣ ଏନକାଉଣ୍ଟର ସ୍ପେଶାଲିଷ୍ଟ । ସେମାନେ ହେଲେ ବାସେଣିସାହି ଥାନାର ଥାନା ଅଧିକାରୀ ଜୀବନାନନ୍ଦ ଜେନା ଓ ତାଳବଣିଆ ଥାନାର ଥାନା ଅଧୀକାରୀ ଶୁଭଲକ୍ଷ୍ମୀ ପୂଜାରୀ । ଏହି ଦମ୍ପତ୍ତି ପୂର୍ବରୁ ୩ଟି ଏନକାଉଣ୍ଟର କରିଥିବା ବେଳେ ୪ନକ୍ସଲଙ୍କ ସହ ଗୁଳି ବିନିମୟ ମଧ୍ୟ କରିଥିଲେ । ଏହା ସହ କୋରାପୁଟ,ରାଉରକେଲା ଓ ଗଜପତି ଭଳି ବିଭିନ୍ନ ଜିଲ୍ଲାରେ ଗୁଳି ବିନିମୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ପୋଲିସ୍ ବିଭାଗକୁ ବହୁ ସଫଳତା ଆଣିଦେଇଛନ୍ତି । ଜୀବନାନନ୍ଦ ଜେନା ଏବେ ପୁରୀ କୁ ଆସିଲା ପରେ ମଧ୍ୟ ୨ ଟି ଏନକାଉଣ୍ଟର କରିଥିବା ବେଳେ ଶ୍ରୀମତି ପୂଜାରୀ ମଧ୍ୟ ପୁରୀରୁ ଏନକାଉଣ୍ଟର କରି ଅପରାଧୀଙ୍କୁ ଦମନ କରୁଛନ୍ତି । ଏ ନେଇ ପୁରୀ ସହରରେ ଅପରାଧ ବହୁ ପରିମାଣରେ କମିଯିବା ନେଇ କିଛି ବୁଦ୍ଧିଜିବୀ ଓ ଏବଂ ସ୍ଥାନୀୟ ବାସିନ୍ଦା ଆଶା ପ୍ରକଟ କରିଛନ୍ତି ।

    LEAVE A REPLY

    Please enter your comment!
    Please enter your name here