କଲେଜରେ ଛାତ୍ର ଆଶାନ୍ତି

    0
    106

    ବାରିପଦା(ଓବି ନ୍ୟୁଜ)(ସଂଜୀବ କୁମାର ରଣଜିତ): ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଅଧିନ ପୂରୁଣା ବାରିପଦା ଆଂଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଦେଖାଦେଇଛି ଛାତ୍ରଛାତ୍ରୀ ଅଶାନ୍ତି । ମହାବିଦ୍ୟାଳୟର ଯୁକ୍ତ ୩ ଦ୍ବିତୀୟ ବର୍ଷରେ ଜଣେ ଛାତ୍ର ନିଜର ସିଏଲସି ନେବା ନିମନ୍ତେ କଲେଜକୁ ଆସିଥିଲେ। କଲେଜରେ ପ୍ରିନ୍ସପାଲ ସିଏଲସି ପାଇଁ ପୂର୍ବରୁ ୫ ହଜାର ଟଙ୍କା ଦେଲେ ସିଏଲସି ମିଳିବ ବୋଲି କହିଥିଲେ । ତେବେ ଆଜି ଛାତ୍ର ଜଣକ ସିଏଲସି ଆଣିବାକୁ ଯାଇଥିବା ବେଳେ ୫ ହଜାର ପରିବର୍ତେ ସାଢେ ୭ ହଜାର ଦେଲେ ସିଏଲସି ମିଳିବ ବୋଲି କହିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥଲା । ଏହି ଝଗଡାକୁ କେନ୍ଦ୍ର କରି ପ୍ରିନ୍ସପାଲ ମନୋଜ ସାହୁ ଏବଂ କଲେଜର ଆକାଉଂଟାଣ୍ଟ ଶଶିଭୃଷଣ ମିଶ୍ର ମାଡ ମାରିଥିବାର ଛାତ୍ର ଜଣକ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ତାତିଛନ୍ତି ଛାତ୍ରଛାତ୍ରୀ । ଶେଷରେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇବା ସହିତ କଲେଜ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ବିର୍ଭିନ୍ନ ସମୟରେ କଲେଜ ପ୍ରିନ୍ସପାଲ ଛାତ୍ର ଛାତ୍ରୀ ଙ୍କ ପ୍ରତି ଏପରି ଆଚରଣ ରଖି ଆସୁଥୁବାରୂ ତାଙ୍କର ବଦଳି ଦାବି କରି ଏବେ ସୁଦ୍ଧା ଛାତ୍ରଛାତ୍ରୀମାନେ ଜିଦରେ ଅଟଳ ରହି କଲେଜ ଫାଟକରେ ତାଲା ପକାଇଛନ୍ତି । ପୋଲିସ୍ ଆସି ଘଟଣାସ୍ଥଳରେ ବୂଝାସୂଝା କରିଥିଲେ ସୁଦ୍ଧା କୌଣସି ସୂଫଳ ମିଳିପାରିନାହିଁ । ତେବେ ଏ ନେଇ ପୋଲିସ୍ ଓ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

    LEAVE A REPLY

    Please enter your comment!
    Please enter your name here