ପାରଳାଖେମୁଣ୍ଡି (ଓବି ନ୍ୟୁଜ):ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ ଶୋବରା ଗ୍ରାମ ଛକରେ ସର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଟ୍ରଲି ଓଲଟି ଜଣେ ମୃତ, ୭ଗୁରୁତ୍ବର ଓ ୨୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ମୃତକ ଜଣକ ଗଙ୍ଗାବାଡର କୁସମି ସବର ହୋଇଥିବା ବେଳେ ଗୁରୁତ୍ବର ଓ ଆହତ ମାନେ ଆମ୍ବାଝୀରି, ପୁଡାସାହି, ସନ୍ଧୀଗ୍ରାମର। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାରେ ଗୁରୁତ୍ବର ଓ ଆହତ ମାନଙ୍କୁ ଗାରବନ୍ଧ ପ୍ରାଥମୀକ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମୀକ ଚିକିତ୍ସା କରାଇ ଗୁରୁତର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସା କେନ୍ଦ୍ରକୁ ଅଧିକା ଚିକିତ୍ସା ପାଇଁ ପଠାଇଛି। ଘଟଣାରୁ ପ୍ରକାସଯେ ଏକ ଟ୍ରାକ୍ଟରରେ ଅନ୍ଦରାଝୋଲା ଏକୁସିୟା ଭୋଜୀ ଖାଇ ଫେରୁଥିବା ବେଳେ ଟ୍ରାକ୍ଟର ଟ୍ରଲି ଓଲଟିପଡିଥିଲା।