ଉପାନ୍ତ ପାରଳାଖେମୁଣ୍ଡିରେ ତିନୀ ଠାକୁରଙ୍କ ପବିତ୍ର ବାହୁଡା ଯାତ୍ରା ଲକ୍ଷାଧିକ ଶ୍ରଦ୍ଧାଲୁ ଭକ୍ତଙ୍କ ଗହଣରେ ଅନୁଷ୍ଠିତ

0
58

ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ କୁମାର ରାଜୁ): ଉପାନ୍ତ ପାରଳାଖେମୁଣ୍ଡି ସହରରେ ଜଗନ୍ନାଥ , ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଙ୍କ ପବିତ୍ର ବାହୁଡା ଯାତ୍ରା ଶ୍ରୀମନ୍ଦିର ଅଭିମୁଖେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଆନ୍ଧ୍ର- ଓଡିଶା ସୀମାନ୍ତରେ ଏହି ପବିତ୍ର ବାହୁଡା ଯାତ୍ରାର ଠାକୁର ଦର୍ଶନ , ପହଣ୍ଡି ବିଜେ ରଥ ଉପରକୁ , ରଥ ଉପରେ ଛେରା ପଂହର୍ରା ରଥ ଟଣା ପ୍ରଭୃତି କାର‌୍ୟ୍ୟକ୍ରମ ଦେଖିବା ପାଈଁ ଏଥର ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା । ପ୍ରଥମେ ଠାକୁର ମାନଂକ ଯଥା ରୀତିନୀତି ପ୍ରକାରେ ପୂଜାବିଧି ଓ ଆଳତି ହେବାପରେ ସେନାପଟା ଲାଗି କରଯାଇଥିଲା ।ଏହି କାର‌୍ୟ୍ୟକ୍ରମ ସରିବାପରେ ଠାକୁର ମାନଙ୍କୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡା ପାଈଁ ରଥ ଉପରକୁ ଧାଡି ପହଣ୍ଡି କରଯାଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନ ଓ ପାରେ ପ୍ରଭୁ ବଳଭଦ୍ର ,ଭଉଣୀ ସୁଭଦ୍ରା ଏବଂ ଜଗନ୍ନାଥଙ୍କୁ ନିଜ ନିଜ ରଥ ଉପରକୁ ପହଣ୍ଡି କରା ହୋଇଥିଲା ।
ଛେରା ପଂହର୍ରା କାର‌୍ୟ୍ୟକ୍ରମ ପାରଳାଖେମୁଣ୍ଡି ମହାରାଜ ଗୋପୀନାଥ ଗଜପତିଙ୍କ ଝିଅ ତଥା ରାଜକନ୍ୟା କଲ୍ୟାନୀ ଗଜପତି ଠାକୁର ମାନଂକ ରଥରେ ଛେରା ପଂହର୍ରା ଓ ପୂଜାବିଧି ଓ ଆଳତି ପ୍ରଭୃତି କାର‌୍ୟ୍ୟ ସମ୍ପଣ୍ଣ କରିଥିଲେ । ଏସବୁ ଦେଖିବା ପାଈଁ ବିଭିନ୍ନ ପୁରପଲ୍ଲୀ ଓ ପଡୋଶୀ ଆନ୍ଧ୍ର ର ପୁରପଲ୍ଲୀ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ଜମା ହୋଇଥିଲେ । ହୁଳହୁଳି , ହରିବୋଲ , ଜୟ ଜଗନ୍ନାଥ , ଘଣ୍ଟ ତାଳ ମୃଦଙ୍ଗ ପ୍ରଭୃତି ଧ୍ବନିରେ ଗୁଣ୍ଡିଚା ପରିବେଶ କମ୍ପି ଉଠିଥିଲା ।। ଅପରାହ୍ନ ୫ଟା ରେ ଠାକୁର ମାନଂକ ରଥ ଟଣା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପ୍ରଭୁ ବଳଭଦ୍ର ଓ ଜଗନ୍ନାଥଙ୍କ ରଥକୁ ପୁରୁଷ ଓ ଯୁବକ ମାନେ ଟାଣି ନେଇଥିବା ବେଳେ ମା ସୁଭଦ୍ରା ଙ୍କ ରଥକୁ କେବଳ ମହିଳା ଓ ଯୁବତୀ ମାନେ ଟାଣିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଈଁ ବ୍ୟାପକ ପୋଲିସ ମୃତୟନ ଥିଲେ ।

LEAVE A REPLY

Please enter your comment!
Please enter your name here