ପୂର୍ବ ଶତ୍ରୁତା ରୁ ୨ଜଣଙ୍କୁ ଗାଡି ଚଢ଼ାଇ ହତ୍ୟା ଅଭିଯୋଗ

0
27

ଭଞ୍ଜନଗର(ଓବି ନ୍ୟୁଜ)(ଜୟକୃଷ୍ଣ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଚଢ଼େୟା ପଲ୍ଲୀ ଠାରେ ଆଜି ସକାଳେ ଗଣ୍ଡଗୋଳକୁ ନେଇ ଥାନାରେ ଅଭିଯୋଗ କରିବାକୁ ଯାଉଥିବା ବେଳେ ସେମାନଙ୍କୁ ପଛରୁ ଟ୍ରକ ଧକ୍କା ଦେଇ ଉଦ୍ଦେଶ୍ୟ ମୂଳକ ଭାବେ ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ସେହି ଗ୍ରାମର କାନ୍ହୁ ଚରଣ ଗୌଡ଼ ଟ୍ରକ ମାଲିକ ଟୁକୁ ପାଢ଼ୀ ଠାରୁ ୨ଟି ୧୧୦୯ମଡେଲ ଟ୍ରକ କିଣି ବଳକା ଋଣ କିସ୍ତି ବାନ୍ଧି ଋଣ ପରିଶୋଧ କରିଥିଲେ ମଧ୍ୟ ଟୁକୁ କିନ୍ତୁ ଗାଡିର କାଗଜ ପତ୍ର ନଦେଇ ହଇରାଣ କରୁଥିଲା । ଏହାକୁ ନେଇ ହାଇ କୋର୍ଟ ରେ ମଧ୍ୟ ଉଭୟ ପକ୍ଷରୁ କେଶ ଚାଲିଥିଲା । ଗତକାଲି ଭଞ୍ଜନଗର କୋର୍ଟ ରୁ କାନ୍ହୁ ଗାଡି ନେବା ପାଇଁ ଅର୍ଡ଼ର ଆସିବା ଜାଣି ଟୁକୁ ଯାଇ କାନ୍ହୁ ଘର ଆଗରେ ପାଟି ତୁଣ୍ଡ କରି ଧମକ ଚମକ ଦେଇ ଭୟଭୀତ କରିଥିଲା । ଆଜି ଏ ସମ୍ପର୍କ ରେ ରାମ ଗୌଡ଼ ଓ କୃଷ୍ଣ ନାଇକ ବାଇକରେ ଥାନାକୁ ଅଭିଯୋଗ କରିବାକୁ ଯାଉଥିବା ଜାଣି ଟୁକୁ ତାର କିଛି ସହଯୋଗୀ ଙ୍କ ସାହାଯ୍ୟ ରେ ଟ୍ରକ ଚଢେଇ ହତ୍ୟା କରି ଥିଲା । ଉଭୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିବା ବେଳେ ଟୁକୁର ଗୋଷ୍ଠୀ ଫେରାର ଥିବା ଜଣା ପଡିଛି । ମୃତ ଦେହ କୁ ପୋଲିସ ଜବତ କରି ଭଞ୍ଜନଗର ଠାରେ ବ୍ୟବଛେଦ କରିଛି ।

LEAVE A REPLY

Please enter your comment!
Please enter your name here