କାଳାହାଣ୍ଡି ଜିଲ୍ଲା ଉତ୍କେଲା ଉଡାଯାହାଜ ପଡିୟାର ଉନ୍ନତିକରଣ ଜନ ଶୁଣାଣି

0
21

କେଶିଙ୍ଗା(ଓବି ନ୍ୟୁଜ)(ଦୟାନିଧି ସା): କାଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ସ୍ଥିତ ଉଡାଯାହାଜ ପଡିୟା ରେ ଉପଜିଲ୍ଲାପାଳ ମିର୍ଧା ଟୋପ ଙ୍କ ସଭାପତିତ୍ୱ ରେ ଏକ ଜନଶୁଣାଣୀ ବ୍ୟଠକ ଆୟୋଜନ କରାଯାଇଥିଲା । ଉକ୍ତ ବ୍ୟଠକ ରେ ଉତ୍କେଲା ସରପଞ୍ଚ,ବ୍ଲକ ଅଦକ୍ଷା,ତହସିଲଦାର, ପୁର୍ତ୍ତି ବିଭାଗ ଯନ୍ତ୍ରୀ ,ପୁର୍ତ୍ତି ବିଭାଗ ଝଊଙ, ଜମିଅଧିକରଣ ଅଧିକାରୀ ଙ୍କ ସହ ଜମି ହରାଉଥିବା ହିତାଧିକାରୀ ଓ କିଛି ଜନ ସାଧାରଣ ଉପସ୍ଥିତ ଥିଲେ ।ବ୍ୟଠକ ରେ ସମସ୍ତ ହିତାଧିକାରୀ ଓ ଜନସାଧାରଣ ନିଜ ନିଜ ଅଭିଯୋଗ ଓ ମନ୍ତବ୍ୟ ରଖିଥିଲେ । ଦାବି କରିଥିଲେ ଯେ ତାଙ୍କ ଜମିର ଉପଯୁକ୍ତ ମୂଲ୍ୟ ସହ ଘଐ ପାର୍ଶ୍ୱ ରେ ଥିବା କିଛି ସରକାରୀ ଜମି ପ୍ରଦାନ କରିବା ସହ ତାଙ୍କ ପରିବାର ର କିଛି ସଦସ୍ୟ ଙ୍କୁ ନିଯୁକ୍ତି ଦିଆଯିବା ଦରକାର।
ପୁର୍ତ୍ତି ବିଭାଗ ଯନ୍ତ୍ରୀ ଅଜିତ କୁମାର ବାବୁ ସମସ୍ତଙ୍କ ଉତ୍ତର ଦେବାକୁ ଯାଇ କହିଥିଲେ ଯେ ହିତାଧିକାରୀଙ୍କୁ ତାଙ୍କ ଜମିର ୪ ଗୁଣ ମୂଲ୍ୟ ଦିୟାଯିବାପାଇ ସରକାର ସ୍ଥିର କରିଛନ୍ତି ,ଓ ନିଯୁକ୍ତି ଏବଂ ଅନ୍ୟତ୍ର ଜମି ପ୍ରଦାନ ବିଷୟ ପାଇଁ ଏକ କମିଟି ତିଆରି କରି ବିଚାର କରାଯିବ ।

ଉତ୍କେଲା ପାଇଁ ଉଡାଣ ଯୋଜନା ରେ ସ୍ୱଳ୍ପ କାଳୀନ ଯୋଜନା ଅନୁଯାୟୀ ୧୬.୭କୋଟି ଓ ଏକ ଦୀର୍ଘ କାଳୀନ ଯୋଜନା ପାଇଁ ଜମିଅଧିକାରଣ ବ୍ୟତୀତ ଆଉ ୫୫ କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିସାରିଛନ୍ତି । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସ୍ୱଳ୍ପ କାଳୀନ ଯୋଜନା ରେ ଉତ୍କେଲା ରୁ ବିମାନ ଚଲା ଚଲ ଆରମ୍ଭ କିରିବାର ପ୍ରୟାସ ଜରିରହିଛି ।

LEAVE A REPLY

Please enter your comment!
Please enter your name here