ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ କୁମାର ରାଜୁ):
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କେ:ସୀ:ପୁର ଗ୍ରାମ ଅଂଚଳର ୭ ଯଣ ନାବାଳିକାଙ୍କୁ କେରଳ ପୋଲିସ ଦ୍ବାରା ଉଧାର କରାଯାଇଛି । ନାବାଳିକା ମାନେ କେରଳର ଏକ ଗ୍ଲୋବ୍ସ ତିଆରି କାରଖାନାରେ ଶ୍ରମିକ ଭାବେ କାମ କରିବା ପାଈଁ ଯାଉଥିବା ସମୟରେ କେରଳ ପୋଲିସ , ରାସ୍ତାରେ ଏହା ଦେଖି ଏବଂ ସନ୍ଦେହ କରି ସେମାନଙ୍କୁ ଅଟକାଇ ଶିଶୁ କଲ୍ୟାଣ ସମିତିକୁ ଖବର ଦେଇଥିଲା । ଏ ସମ୍ପର୍କରେ କେରଳ ଶିଶୁ କଲ୍ୟାଣ ସମିତି ଗଜପତି ଜିଲ୍ଲା ଶିଶୁ କଲ୍ୟାଣ ସମିତିକୁ ଖବର ଦେଇ ଜଣାଇଥିଲେ । କେରଳ ପୋଲିସ ଦ୍ବାରା ପ୍ରଥମେ ୨ ନାବାଳିକାଙ୍କୁ ଗଜପତି ଙ୍କୁ ହସ୍ତାନ୍ତର କରିଥିଲେ । ପାରେ ଅନ୍ୟ ୫ ଜଣ ନାବାଳିକାଙ୍କୁ ପଠାଈବେ ବୋଲି ଗଜପତି ଜିଲ୍ଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ କୁହାଯାଇଛି ।