ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍‌ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

0
177

ମୋହନା (ଓବି ନ୍ୟୁଜ) (ସୁବିତ କୁମାର ନାୟକ) ; ଗଜପତି ଜିଲ୍ଲା ଇନ୍ଦିରା ସ୍ମୁତି ଡିଗ୍ରୀ କଲେଜ ଚାନ୍ଦିପୁଟ ଠାରେ ୩ ଦିନିଆ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍‌ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବି ଓ ଜିଲ୍ଲା ଚିକିତ୍ସା ଅଧିକାରୀ (ଏଡିଏମଓ) ଡ.ଭି ଲୋକନାଥ ରାଜୁ ଅଂଶ ଗ୍ରହଣ କରିଥିଲେ । ଏହି ଶିବିର ଗତ ତା ୧୯.୧୦.୨୦୧୯ ରିଖ ଠାରୁ ୨୧.୧୦.୨୦୧୯ ରିଖ ପର୍ଯ୍ୟନ୍ତ ଇନ୍ଦିରା ସ୍ମୁତି ଡିଗ୍ରୀ କଲେଜ ଚାନ୍ଦିପୁଟ ଠାରେ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଗଜପତି ଜିଲ୍ଲାର ପ୍ରାୟ ୨୦ ଗୋଟି କଲେଜରୁ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ୧୬୦ ଜଣ ଅଂଶଗ୍ରହଣ କରିଥିଲେ । ମୋହନା, ଅଡବା, ଚନ୍ଦ୍ରଗିରି, ରାମଗିରି, ଆର.ଉଦୟଗିରି, ଖଜୁରୀପଦା, ବଡପଦା, କାଶୀନଗର, ପାରଳାଖେମୁଣ୍ଡି ଇତ୍ୟାଦି କଲେଜରୁ ଆସିଥିଲେ । ପ୍ରଥମ ଦିନରେ ମୁଖ୍ୟ ଅତିଥିଭାବେ ଡ.ଅଜୟ କୁମାର ତ୍ରୀପାଠୀ ରେଡକ୍ରସ ପତାକାକୁ ଉତୋଳନ କରିଥିଲେ ଓ ଜାତୀୟ ସଂଗୀତ ଗାନ କରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ । ସମ୍ମାନିତ ଅତିଥି କୁମାର ସତ୍ୟା ସପ୍ତନା ରାଉତ ସମସ୍ତଙ୍କୁ ରେଡକ୍ରସ ଶପଥ ପାଠ କରାଇଥିଲେ । ଯୁବ ରେଡକ୍ରସ ରାଜ୍ୟ ଶାଖା ଅଧିକାରୀ ଡ. ଅଜୟ କୁମାର ତ୍ରୀପାଠୀ ରେଡକ୍ରସର ଇତିହାସ ବିଷୟରେ ଶିକ୍ଷା ଦେଇଥିଲେ । ସ୍ୱଚ୍ଛତା, ପରିବେଶ ପ୍ରଦୁଷଣ ସ୍ୱାସ୍ଥ୍ୟ ଉପରେ ପ୍ରଭାବ, ସଚେତନତା ଗୀତ ଓ ନୃତ୍ୟ, ବ୍ୟାୟାମ ଓ ଯୋଗ ଅଭ୍ୟାସ, ଅଗି୍ନ ସୁରକ୍ଷା ଓ ବିପର୍ଯ୍ୟୟ, ବିଶ୍ୱ ଉଷ୍ଣତା ଗ୍ଲୋବାଲ ୱାରିଙ୍ଗ୍‌, ଏଚଆଇବି ଓ ଏଡସ୍‌, ଇଂରାଜୀ ବକୃତା, ସଡଲ ସୁରକ୍ଷା, ଲିଡେର ସିପ୍‌, ଗୃପ ନାଚ, ସଂଗୀତ ପରିବେଶଣ ଆଦି ସବୁ ବିଷୟରେ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କୁ ଶୀକ୍ଷା ଓ ପ୍ରଶିକ୍ଷଣ ଦିଆଯଇଥିଲା । ଏହି ସବୁ ପ୍ରଶିକ୍ଷଣ ବିଭିନ୍ନ ବିଭାଗର କର୍ମଚାରୀମାନେ ଆସି ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଜିଲ୍ଲା ସ୍ତରୀୟ ଯୂବ ରେଡକ୍ରସ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟବେକ୍ଷକ ଲୋକନାଥ ମଳୀକ ଓ ଜିଲ୍ଲା ରେଡକ୍ରସ ସଂଯୋଜକ ଡ.ପ୍ରଦୀପ୍ତ କୁମାର ସଡଙ୍ଗୀ ଙ୍କ ନିର୍ଦ୍ଧେଶରେ ସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଇନ୍ଦିରା ସ୍ମୁତି ଡିଗ୍ରୀ କଲେଜର ଯୁକ୍ତ ୩ ଅଧ୍ୟକ୍ଷ ଶ୍ରୀ ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଯୁକ୍ତ ୨ର ଅଧ୍ୟକ୍ଷ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଏହି ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଆସିଥିବା ବିଭିନ୍ନ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଓ ସ୍ୱେଚ୍ଛାସେବୀ ଯୁବ ରେଡକ୍ରସ ଛାତ୍ରଛାତ୍ରୀମାନଙ୍କୁ ୩ ଦିନ ଧରି ଖାଦ୍ୟ ସହିତ ରହିବାର ବ୍ୟବସ୍ଥା ଡିଗ୍ରୀ କଲେଜରେ ଆୟୋଜନ କରାଯାଇଥିଲା । ସମସ୍ତେ ଏହି ଯୁକ ରେଡକ୍ରସ ତାଲିମ ଶୀବିରରେ ଭାଗ ନେଇଥିଭା ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଦେବାସହ ପୁରଷ୍କୃତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here