ପୋଲିସ ବିଭାଗ ତରଫରୁ ସହୀଦ୍ ଦିବସ ପାଳନ

0
53

ଜୁନାଗଡ (ଓବି ନ୍ୟୁଜ) (ବିମଳ ଚନ୍ଦ୍ର ଶତପଥୀ) ; ସହୀଦ୍ ପୋଲିସ୍ ମାନଙ୍କ ଦେଶ ପାଇଁ ଦେଇଥିବା ବଳିଦାନକୁ ମନେ ପକାଇବା ପାଇଁ ସାରା ରାଜ୍ୟରେ ପୋଲିସ୍ ସହୀଦ ଦିବସ ପାଳନ ହେଉଥିବା ବେଳେ ଆଜି ଜୁନାଗଡ ବ୍ଲକ ର ମଥୁରା ଗ୍ରାମ ର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ପୋଲିସ୍ ବିଭାଗ ତରଫରୁ ବୀର ଶହିଦ୍ ମାନଙ୍କ ବୀରତ୍ୱ କୁ ମନେ ପକାଇବା ସହିତ ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏଥିରେ ଜୁନାଗଡ ଥାନା ଅଧିକାରୀ ପ୍ରଭାତ କୁମାର ସେଠୀ ଯୋଗ ଦେଇ ସହୀଦ୍ ମାନଙ୍କ ଦେଶ ପ୍ରତି ଥିବା ବଳୀଦାନ କୁ ଅତ୍ୟନ୍ତ ପ୍ରଶଂସା କରିବା ସହିତ ସେମାନଙ୍କ ଭଳି ଦେଶ ପାଇଁ କାମ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଜବାପ୍ମାନେ ଯେପରି ଦେଶ ପାଇଁ ଜୀବନ ଦେଇଛନ୍ତି ସେଭଳି ଭାବରେ କର୍ମ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜୁନାଗଡ ପୋଲିସ୍ କର୍ମଚାରୀ,ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟତ୍ରୀ ଓ ବହୁ ବୁଦ୍ଧିଯିବୀ ଉପସ୍ଥିତ ରହି ବୀର ଜବାନ ମାନଙ୍କୁ ଅଶ୍ରୂଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here