ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା) ; ଗଞ୍ଜାମ ସହର ର ଅନତି ଦୂରରେ ଏହିଥିବା ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ୬୦ ତମ ପୋଲିସ ସହିଦ ଦିବସ ସୋମବାର ପାଳିତ ହୋଇଯାଇଛି । ଡେପୁଟି କମାନଡେଣ୍ଟ ସୁନୀଲ କୁମାର ବେହେରା ଯୋଗ ଦେଇ ଆଭିବାଦନ ଗ୍ରହଣ କରିବା ସହ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ପୋଲିସ ସହିଦ ମାନଙ୍କ ନିମନ୍ତେ ଶ୍ରଦ୍ଧାଞ୍ଜଳି ଓ ଶୁଭେଛା ବାର୍ତ୍ତା ପଠନ କରିଥିଲେ । ଆସିଷ୍ଟାଣ୍ଡ କମାନଡେଣ୍ଟ ଗୋପବନ୍ଧୁ ତ୍ରିପାଠୀ ଙ୍କ ସମେତ ବଟାଲୀୟନର ସମସ୍ତ ଅଫିସର , ହାବିଲଦାର ଓ ସିପାହୀ ସଖା ସଙ୍ଘ କର୍ମକର୍ତା ସହିଦ ସ୍ତମ୍ବ ନିକଟରେ ସହିଦ ହୋଇ ଯାଇଥିବା ପୋଲିସ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ୟାରେଡ଼ କମାଣ୍ଡର ସୁବେଦାର ନିଳାମ୍ବର ପରିଡା ଙ୍କ ପ୍ରତାକ୍ଷ ତତ୍ୟବଧାନରେ ସହିଦ ଙ୍କ ଶ୍ରଦ୍ଧାଅଞ୍ଜଳି ନିମନ୍ତେ ପ୍ୟାରେଡ଼ ହୋହିଥିଲା । ସୁବେଦାର ସୁରେନ୍ଦ୍ର ବେହେରା,ମନୋଜ କୁମାର ଦାଶ, ପ୍ରଫୁଲ୍ଲ କୁମାର ସେଠୀ,ଡେପୁଟି ସୁବେଦାର ନାୟକ ପ୍ରଧାନ,ରମେଶ ଚନ୍ଦ୍ର ରଥ,ମେଜର ମୋହନ କୁମାର ରାଉତ,ଶାଆ ହାର୍ଦ୍ଧି, ହାବିଲଦାର ଓ ସିପାହୀ ସଖା ସଙ୍ଘ ସଭାପତି ପ୍ରଭାକର ବେହେରା, ସମ୍ପାଦକ ନୀଳାଦ୍ରି ନାୟକ ପମୁଖ ଙ୍କ ସମେତ ସମସ୍ତ ହାବିଲଦାର ଓ ସିପାହୀ ମାନେ ଉପସ୍ଥିତ ଥିଲେ ।