ମୟୁରଭଞ୍ଜ (ଓବି ନ୍ୟୁଜ) (ସଞ୍ଜୀବ କୁମାର ରଣଜିତ୍) ; ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ତଦାରଖ କରିବାକୁ ଏକ ୧୨ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଗସ୍ତରେ ଆସି ବିଭିନ୍ନ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ୪ ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଜାତୀୟ ସ୍ବାସ୍ଥ୍ୟ ମିଶନର କାର୍ଯ୍ୟକାରିତାକୁ ତଦାରଖ କରିଛନ୍ତି । ଡ଼ା ଅରୁଣ ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ପ୍ରତିନିଧି ଦଳ ମୟୁରଭଞ୍ଜ ଜିଲ୍ଲାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରିଚାଳନା ନିତିକୁ ପ୍ରସଂଶା କରିବା ସହ ଡାକ୍ତରଙ୍କ ଅଭାବ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ବାଧାପ୍ରାପ୍ତ କରିଛି ବୋଲି ସ୍ଵୀକାର କରିଛନ୍ତି । ସମସ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଏହି ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି । ଏଥି ସହିତ ଜିଲ୍ଲା ପ୍ରଶାସନ ସହ ବୈଠକ ମଧ୍ୟ କରି କିଭଳି ସ୍ୱାସ୍ଥ୍ୟସେବାକୁ ଅଧିକ ତ୍ଵରାନ୍ବିତ କରାଯାଇ ପାରିବ ସେ ପରାମର୍ଶ ମଧ୍ୟ ଦେଇଛନ୍ତି ।