ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ କୁମାର ରାଜୁ):ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଆଂଗ୍ଡ଼ା ଗ୍ରାମ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଶିବିର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ବଣ୍ଟନ କରାଯାଇଥିଲା ।
ଏଥିସହ କାର୍ୟ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିପଟି ପଣ୍ଡା ,ମହିଳା ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ପୃକ୍ତ ଡାକ୍ତର ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ,ସ୍ବାସ୍ଥ୍ୟଗତ ପରିଚ୍ଛନ୍ନ ,ସୁସ୍ଥ ପରିବେଶ ଗଠନ ଏବଂ ହାତ ଧୋଇ ଖାଇବା ଓ ପରିବେଶ ସଫାସୁତୁର। ରଖିବ ପ୍ରଭୃତି ଉପରେ ବୁଝାଇ ସଚେତନ କରାଇଥିଲେ ।