ବେଆଇନ ଭାବେ ଚାଲିଛି ଦେଶୀ ମଦ

0
154

ଦିଗପହଣ୍ଡି (ଓବି ନ୍ୟୁଜ) (ଶିବ ପ୍ରସାଦ ରଥ) ; ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଦେଓଖାଳି ଛକ ବସଷ୍ଟାଣ୍ଡ ତଳେ ଦେଶୀ ମଦ ଦୋକାନ । କୋମଳ ମତି ଶିଶୁ ଦ୍ଵାରା ମଦ ବିକ୍ରି ଚାଲିଛି କିନ୍ତୁ କାହାର ପ୍ରତିବାଦ ନାହିଁ କି କାର୍ଯ୍ୟାନୁଷ୍ଠାନ ନାହିଁ । ଦିଗପହଣ୍ଡି ଅବକାରୀ ବିଭାଗ ଅଧିକାରୀ ଅଭିରାମ ସାହୁ ପ୍ରତିକ୍ରିୟା ନେବାରୁ ସେ ସ୍ପିକାର କରିଛନ୍ତି ଯେ ଏହି ଅଞ୍ଚଳରେ ଖୁଚୁରା ଦେଶୀ ମଦ ଦୋକାନ ବହୁତ ରହିଛି । ନିୟମ ପ୍ରକାରେ ଦିଗପହଣ୍ଡି ଭାଟି ଆନୁକୁଲ୍ୟରେ ୧୦ଗୋଟି ବାହାର ଭାଟି ଅର୍ଥାତ ବିକ୍ରୟ କେନ୍ଦ୍ର ରହିବା କଥା କିନ୍ତୁ ସେଥିରେ ପ୍ରାୟ ୧୦ଗୁଣ ବଢ଼ି ୧୦୦ରେ ପହଂଚିଲାଣି । ମଦର ମାନ ଅତି ନିନ୍ମ ମାନର, ଗୁଡ଼ ପିଡ଼ିଆ ପକାଯାଇ ମଦ ତିଆରି ହେଉଛି । ବଡ଼ ଦୁଃଖ ଓ ଅନୁତାପର ସହ କହିବାକୁ ଗଲେ ପରୋକ୍ଷ ଭାବେ ଲୋକଙ୍କୁ ବିଷ ଦିଆଯାଉଛି । ଯୁବକ ମାନେ ଏହି ପକେଟ ମଦ ପିଇ ବୁଢ଼ା ପରି ଦେଖାଯାଉଛନ୍ତି, ଏବଂ ଅକାଳ ବିୟୋଗ ମଧ୍ୟ ହେଉଛି । ପୋଲିସ ମଦ ବେପାରୀଙ୍କୁ ଧରୁଛି କିନ୍ତୁ ପୁଣି ମଦ ଖାତାରେ ମଦ ଦେଇ ବିକ୍ରି କରିବା ପାଇଁ ସାହାସ ଦେଉଛି । ଯଦି ସିଲ ଥିବା ପକେଟ ମଦ କେବଳ ୧୦ ଟି ଦୋକାନ ବ୍ୟତୀତ ଅନ୍ୟ କୌଣସି ଖୁଚୁରା ବେପାରୀଙ୍କ ଠାରୁ ବାହାରିଲେ ମଦ ଭାଟି ବାଲା ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା ତେବେ ଦିଗପହଣ୍ଡି ଅଞ୍ଚଳରେ ଏପରି ମାଳ ମାଳ ମଦ ଦୋକାନ ହୋଇନଥାନ୍ତା । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନି କଣ ପାଈଁ? ପଦକ୍ଷେପ କାହିଁକି ହେଉନି ? ରୋଡ ଉପରେ ଖୋଲାମ୍ ଖୋଲା ଦେଶୀ ମଦ ଦୋକାନ କାହା ସ୍ୱାର୍ଥରେ ? ଅବକାରୀ ବିଭାଗ ନିରବ କାହିଁକି ? ମଦ ମାଫିଆଙ୍କ ସହ ପୋଲିସ ଓ ଅବକାରୀ ର ମଧୁଚନ୍ଦ୍ରିକା ରହିଛି କି ? ମଦ ପାଈଁ ସବୁ ଦୁର୍ଘଟଣା ଘଟଣା ହେଉ ଥିବା ବେଳେ ଖାଲି ଦେଶୀ ମଦ ପୁଡ଼ିଆ ଜରି ପଡ଼ି ଦୃଗନ୍ଧରେ ନାକ ଫାଟୁଛି କିନ୍ତୁ ଜଳକା ମାନଙ୍କୁ ତାହା ଦେଖାଯାଉନାହିଁ । ଏମିତି ଅନେକ ପ୍ରଶ୍ନ ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି । ତେବେ କେବେ ଏହାର ସମାଧାନ ହେବ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here