୬୦ ତମ ଶହୀଦ ସ୍ମୃତି-ରକ୍ଷା ଦିବସ ପ୍ୟାରେଡ଼-୨୦୧୯ ପାଳିତ

0
35

ପାରଳାଖେମୁଣ୍ଡି (ଓବି ନ୍ୟୁଜ)(ଗଣେଷ କୁମାର ରାଜୁ) ; ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା଼ ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ ଆଜି ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୬୦ ତମ ଶହୀଦ ସ୍ମୃତି-ରକ୍ଷା ଦିବସ ପ୍ୟାରେଡ଼-୨୦୧୯ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଏସପି ସାରା ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ୟାରେଡ଼’ରେ ଯାଇ ଶହୀଦ ପୋଲିସ ଯବାନ ସ୍ତମ୍ଵ ଠାରେ ଶହୀଦ ପୋଲିସ ଯବାନ ମାନଙ୍କ ସ୍ମୃତି-ରକ୍ଷା ଉଦ୍ଦେଶ୍’ରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଥିଲେ ।। ପରେ ଶହୀଦ ପୋଲିସ ଯବାନ ମାନଙ୍କ ସ୍ମୃତି ଚାରଣ କରି ସେମାନେ କିଭଳି ଦେଶ , ଜାତି ଅଞ୍ଚଳ’ର ସୁରକ୍ଷାରେ କାର୍ଯ୍ୟରତ ଥିବାବେଳେ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ସେ ସମ୍ପର୍କରେ କହିଥିଲେ । ପ୍ରତ୍ୟେକ ପୋଲିସ ଭାଇ ସେହି ଶହୀଦ ମାନଙ୍କ ଆଦର୍ଶରେ ନିଜକୁ ଅନୁସରଣ କରିବାକୁ ଦେଶ ସେବାରେ ଆଗେଇ ଯିବାକୁ ଆହ୍ବାନ କରିଥିଲେ ।
ଏହି ଅବସରରେ ସମସ୍ତ ଶହୀଦ ହୋଇଥିବା ପୋଲିସ ଯବାନ ମାନଙ୍କ ତାଲିକା ପାଠା କରିବା ସହ ରାଜ୍ୟର ମାଲକାନଗିରି ଥରେ ଗତ ୨୦୦୮ ମସିହାରେ ନକ୍ସଲ ମାନଙ୍କ ଲ୍ୟାଣ୍ଡ-ମାଇନ ବିସ୍ପୋରଣରେ ଶହୀଦ ହୋଇଥିବା ଜିଲ୍ଲାର ୨ ଜଣ ପୋଲିସ କନେଷ୍ଟବଳ ଯବାନ ଶହୀଦ ସୀମାଞ୍ଚଳ ପ୍ରଧାନ ଏବଂ ବିଶ୍ବଜିତ ଜେନାଙ୍କ ପତ୍ନୀଙ୍କୁ ଉପ-ଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।
ପରେ ଶହୀଦ ପ୍ୟାରେଡ଼ ସବୁ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ସିତାରାମ୍ ଶତପଥି , ଏସଡିପିଓ ଠାକୁର ପ୍ରଡ୍ଡ ପାତ୍ର , ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ ଏବଂ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here