ଜିଲ୍ଲାପାଳ ଓ ଏସପି’ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

0
64

ପାରଳାଖେମୁଣ୍ଡି (ଓବି ନ୍ୟୁଜ)(ଗଣେଷ କୁମାର ରାଜୁ) ; ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ସ୍ଥିତ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଗଜପତି ଜିଲ୍ଲାପାଳ ଓ ଏସପି’ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।
ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଶିବିର ରେ ଜିଲ୍ଲାପାଳ ଅନୁପମ ଶାହା ଓ ଏସପି ସାରା ଶର୍ମା ଯୋଗଦେଇ ରାୟଗଡ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଆସିଥିବା ଅଞ୍ଚଳବାସି ମାନଙ୍କ ସମସ୍ତ ଅଭିଯୋଗ ଗୁଡିକୁ ନେଇ ସମାଧାନ ଶୁଣାଣୀ କରିଥିଲେ ।
ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ରେ ସମୁଦାୟ ଭାବେ ୪୩ ଗୋଟି ବିଭିନ୍ନ ପ୍ରକାରର ଅଭିଯୋଗ ଗୁଡ଼ିକ ଆସିଥିବା ବେଳେ ସେଥି ମଧ୍ୟରୁ ୨୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୪ ଗୋଟି ଗୋଷ୍ଠିଗତ ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ଗୋଟିଏ ମାତ୍ର ସମସ୍ୟା ଗତ ଅଭିଯୋଗର ସମାଧାନ ହୋଇଥିଲା । ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକ ପାଈଁ ଉପସ୍ଥିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ନିକଟକୁ ଅଭିଯୋଗ ପତ୍ର ଗୁଡ଼ିକ ଦିଆଯାଇ ତୁରନ୍ତ ସେମାନଙ୍କର ଅଭିଯୋଗ ଗୁଡ଼ିକର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଅଭିଯୋଗ ଗୁଡ଼ିକ ମଧ୍ୟରେ ବିଜୁ ପକ୍କା ଘର , ରାସ୍ତା , ପାନୀୟ-ଜଳ ଭତ୍ତା , ପଟ୍ଟା , ବିଦ୍ୟୁତ ଆଲୋକ ପ୍ରଭୃତି’ର ଥିଲା ।
ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ରାୟଗଡ ବ୍ଲକ-ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ , ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ବ୍ଲକ-ବିଡିଓ:-ଲୁକାସ ପ୍ରଧାନ ,ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ , ସରପଞ୍ଚ , ସମିତି ସଭ୍ୟ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଶିବିର ରେ କଇଁପୁର ପଞ୍ଚାୟତର ସମସ୍ତ ଗ୍ରାମର ଶତାଧିକ ସଂଖ୍ୟାରେ ଅଞ୍ଚଳ ବାସୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here