ସ୍ୱାଧିନତା ସଂଗ୍ରାମୀ ବାଞ୍ଛାନିଧିଙ୍କ ଜୟନ୍ତୀ ପାଳିତ ।

0
48

ବେଲଗୁଣ୍ଠା (ଓବି ନ୍ୟୁଜ)(ପ୍ରଭାତ ସାହୁ) ; ଜାତୀୟ ମୁକ୍ତି ସଂଗ୍ରାମର ମହାନ୍ ସୈନିକ ଗୋବରା ମାଟିର ଗାନ୍ଧୀ ସ୍ୱାଧିନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ୧୧୯ ତମ ଜୟନ୍ତୀ ଉତ୍ସବ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ ଗୋବରାଠାରେ ପାଳିତ ହୋଇଯାଇଅଛି । ଛାତ୍ରଛାତ୍ରୀମାନେ ଗ୍ରାମ ପରିକ୍ରମା କରିବା ସହ ସ୍ଲୋଗାନ ମାଧ୍ୟମରେ ସଚେତନତା ସୃଷ୍ଟି କରି ସାଧାରଣ ଜନତାଙ୍କ ସହ ମହାତ୍ମାଗାନ୍ଧୀ ଏବଂ ବାଞ୍ଛାନିଧିଙ୍କ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ମୃତିକୁ ଜାଗ୍ରତ କରିବା ପାଇଁ ଅଧ୍ୟକ୍ଷ ଅନାମ ବେହେରାଙ୍କ ସଭପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ପଟ୍ଟନାୟକଙ୍କ ଅସହଯୋଗ ଆନ୍ଦୋଳନରେ ଭୂମିକା, ଗାନ୍ଧୀ ପଦଯାତ୍ରାରେ ଅଂଶଗ୍ରହଣ ସହ ହରିଜନ ସେବକ ସଂଘ ପ୍ରତିଷ୍ଠା,ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଅବଦାନ, ପଶୁବଳି ବିରୁଦ୍ଧରେ ତାଙ୍କର ଉଦ୍ୟମକୁ ସ୍ମରଣ କରି ବକ୍ତାମାନେ ତାଙ୍କ ଗୁଣାବଳୀର ଭୁୟସି ପ୍ରଶଂସା କରିଥିଲେ । ପ୍ରକାଶ ଯୋଗ୍ୟ ଯେ ୧୯୦୧ମସିହା ଅକ୍ଟୋବର୧୯ ରେ ଗୋବରା ରେ ଜନ୍ମଗ୍ରହଣ କରିଥିବା ସ୍ୱାଧିନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ୧୯୮୮ମସିହାରେ ଅଗଷ୍ଟ୧୭ ତାରିଖରେ ୮୭ବର୍ଷ ବୟସରେ ପରଲୋକ ହୋଇଥିଲା । ଛାତ୍ରଛାତ୍ରୀମାନେ ବାଞ୍ଛାନିଧିଙ୍କ ଜିବନୀ ଉପରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ରାମ ଭାଇ,ଟିକି ଅପା,ମମତା ଅପା, ଓ ସ୍ମିତାଅପା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସରଳ ଏବଂ ଗାନ୍ଧୀଵାଦ ଚିନ୍ତାଧାରାରେ ଆମ୍ଭେ ଅନୁପ୍ରାଣିତ ହେଲେ ବହୁ ସମାସ୍ୟାର ସମାଧାନ ସହଜରେ ହେବା ସହ ଆମେ ଶାନ୍ତିରେ ରହିପାରିବା ବୋଲି ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର ମତବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here