ଶାନ୍ତି ଓ ସଦ୍ଭାବନା ଯାତ୍ରାକୁ ଗୋବରାରେ ବିପୁଳ ସ୍ୱାଗତ ।

0
44

ବେଲଗୁଣ୍ଠା (ଓବି ନ୍ୟୁଜ)(ପ୍ରଭାତ ସାହୁ) ; ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ଆଦର୍ଶରେ ଗଠିତ ରାଷ୍ଟ୍ରୀୟ ଯୁବ ସଂଗଠନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଓ ରାଜିବ ଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ “ଶାନ୍ତି,ସଂହତି,ସଦ୍ଭାବନା”ଯାତ୍ରା ଗୋବରାଠାରେ ପହଞ୍ଚିଥିଲା । ଏହି ଅବସରରେ ଯାତ୍ରାରେ ସାମିଲ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ କରାଯିବା ସହ ଗୋବରା ବଡଦାଣ୍ଡ ସାହିରେ ସ୍ଥାନୀୟ ସରପଞ୍ଚ ଇନ୍ଦିରା ବାଇ ରାଜୁଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ୱଭାରତୀର ସଭାପତି କୁଞ୍ଜବିହାରୀ ନାୟକ,ବେଲଗୁଣ୍ଠା ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର, ପଣ୍ଡିତ ସୁରେନ୍ଦ୍ର ପାତ୍ର,ଯୁବ ସଂଗଠନ ବିଭୁପାଦ ଜେନା, ସୁରେନ୍ଦ୍ର ଦାସ ଓ ନଳୀନିକାନ୍ତ ଶର୍ମାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସୀନ ଥିଲେ । ସମସ୍ତେ ଗାନ୍ଧୀଙ୍କ ନୀତି ଓ ଆଦର୍ଶ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଯାତ୍ରାରେ ସାମିଲ ଯାତ୍ରୀଙ୍କ ପକ୍ଷରୁ “ଗୋଟିଏ ଅଚିହ୍ନା ଶବ”ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା । ଏହି ଯାତ୍ରୀ ଦଳ ମାଥିଲି ରୁ ବାହାରି ୧୧ଟି ଜିଲ୍ଲା ଅତିକ୍ରମ କରି ୨୬ ତାରିଖରେ ଯାଜପୁର ଜିଲ୍ଲାର ବାଲିପଡିଆ ଠିଆ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ସେଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଯାତ୍ରୀ ଦଳର ମୁଖ୍ୟ ଡଃ ବିଶ୍ୱଜିତ୍ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here