ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖରେ ଦେଶ ପାଇଁ ବଳିଦାନ ଦେଉଥିବା ପୁଲିସ କର୍ମଚାରୀଙ୍କୁ ମନେ ପକାଇବା ଉଦ୍ଦେଶ୍ୟରେ ପୁଲିସ ଶହୀଦ ଦିବସ ପାଳନ କରାଯାଏ । ୧୯୫୯ ମସିହାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର ୨୦ ଜଣ ଯବାନ ଇଣ୍ଡୋ ତିବତିଆନ ସୀମାରେଖାରେ ପେଟ୍ରୋଲିଂ କରୁଥିବା ସମୟରେ ଚୀନ ସେନାଙ୍କ ଆକ୍ରମଣରେ ୧୦ଜଣ ଯବାନ ଶହୀଦ ହୋଇଥିଲେ । ସେହି ବର୍ଷ ଠାରୁ ପ୍ରତ୍ୟେକ ବର୍ଷ ବିଭାଗରେ କାର୍ଯ୍ୟରତ ଥିବା ଅବସ୍ଥାରେ, କର୍ତବ୍ୟ କରୁଥିବା ସମୟରେ ସାଧାରଣ ଜନତାଙ୍କ ସୁରକ୍ଷା ଓ ସେବାରେ ସଂପୃକ୍ତ ଥାଇ ଦେଶ ଓ ରାଜ୍ୟ ପାଇଁ ବଳିଦାନ ଦେଉଥିବା ପୁଲିସ କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଶହୀଦ ଦିବସ ପାଳ କରଯାଉଛି । ଏହି ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁଲିସ ଶହୀଦ ଦିବସ ପାଳନ କରାଯାଇଛି ।

ଚଳିତ ବର୍ଷ ଗଂଜାମ ପୁଲିସ ଜିଲ୍ଲା ପକ୍ଷରୁ ୬୦ତମ ଶହୀଦ ଦିବସ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ଏଥିରେ ଗଂଜାମ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବହୁ ପୁଲିସ ଓ ପ୍ରଶାସନିକ ଅଧିକାରୀ, ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ, ବୃଦ୍ଧିଜିବୀ, ବରିଷ୍ଠ ନାଗରିକ ଏବଂ ସାମ୍ବାଦିକ ମାନଙ୍କୁ ସାମିଲ କରାଯାଇଥିଲା ।

ଏନେଇ ଆଜି ଛତ୍ରପୁର ସ୍ଥିତ ପୁଲିସ ରିଜର୍ଭ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଂଜାମ ଏସପି ବ୍ରିଜେଶ କୁମାର ରାୟ ଯୋଗଦେଇ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରି ଶହୀଦଙ୍କ ନାମ ପାଠ କରିବା ସହ ପୁଷ୍ପଗୁଚ୍ଛ ଦେଇ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ଦେଶରେ ଶହୀଦ ହୋଇଥିବା ଯବାନ ମାନଙ୍କ ନାମ ପାଠ କରାଯାଇଥିଲା । ସମଗ୍ର ଦେଶରେ ଚଳିତବର୍ଷ ମୋଟ ୨୯୨ ଜଣ ଶହୀଦ ହୋଇଛନ୍ତି । ଗଂଜାମ ଏସପି ଶ୍ରୀ ରାଏଙ୍କ ସମେତ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଏସପି ପତିତପାବନ ଚୈାଧୂରୀ ସ୍ମୃତି ସ୍ତମ୍ଭରେ ପୁଷ୍ପଗୁଚ୍ଚ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଏସପି ହେଡକ୍ୱାର୍ଟର ଅଜୟ କୁମାର ମିଶ୍ର, ଡିଏସପି ଡିଆଇବି ପି.କେ ଦଳାଇ, ଡିଏସପି ଏସ.ପ୍ରଧାନ, ଏସଡିପିଓ ଉକ୍ରଳ କେଶରୀ ଦାସ, ଆସିଷ୍ଟାଣ୍ଡ କମାଂଟେଟ୍ ମାନଓ ରଂଜନ ମହାନ୍ତି, ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର , ହୋମଗାର୍ଡ ଆରଇ ସୁବଳ ସୋରେନ, ଗଂଜାମ ପୁଲିସ ଜିଲ୍ଲାର ହାବିଲଦାର ଓ କନେଷ୍ଟବଲ ସଂଘ ସଭାପତି ଗୈାରାଚାନ୍ଦ ତ୍ରିପାଠୀ , ସଂପାଦକ ବ୍ରଜ ମୋହନ ଜେନା ଏ.ରାବଣା ରାଓଙ୍କ ସମେତ ବହୁ ପୁଲିସ ଏବଂ ପ୍ରଶାସନିକ ଅଧିକାରୀ , ଏନସିସି ଛାତ୍ରଛାତ୍ରୀ ମାନେ ଯୋଗଦେଇ ଶହୀଦ ପୁଷ୍ପ ଗୁଚ୍ଛ ଦେଇ ସ୍ମୃତିଚାରଣ କରିଥିଲେ ।