ରାଜ୍ୟ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ଆସିଲେ ଓ ୧ ଲକ୍ଷଟଙ୍କା ଦେଇ ଚାଲିଗଲେ

0
182

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ରାଜ୍ୟ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆଜି ଦିନିକିଆ ଗଂଜାମ ଗ୍ରସ୍ତରେ ଆସିକ କାର୍ଯ୍ୟକ୍ରମର ଜିଲ୍ଲା ୱାରୀ ସମୀକ୍ଷା କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟର ବହୁ ପୁରାତନ ବିଦ୍ୟାଳୟ ତଥା ଛତ୍ରପୁର ସହରରେ ଥିବା ଅନସ୍ଲୋ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ମୋ ସ୍କୁଲ କାର୍ଯ୍ୟକ୍ରମ କିପରୀ ଚାଲିଛି । ତାହର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ସ୍ମାର୍ଟ କ୍ଲାସ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ । ବିଦ୍ୟାଳୟ କଣ ଆବଶ୍ୟକ ରହିଛି ତାହା ପଚାରି ବୁଝିଥିଲେ । ବିଦ୍ୟାଳୟରେ ପାନୀୟଜଳ ସମସ୍ୟା ଏବଂ ମଧ୍ୟାହ୍ନ ଭୋଜନ ନିମନ୍ତେ ଏକ କୋଠା ପ୍ରଦାନ ନିମନ୍ତେ ସମସ୍ତ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିଲ୍ଲୀପ କୁମାର ସାମଲ କହିଥିଲେ । ଏହାସହ ଅଧ୍ୟକ୍ଷା ଶ୍ରୀମତୀ ବାଗ୍‌ଚୀ ତାଙ୍କ ସ୍ୱାମୀ ସୁବ୍ରତ ବାଗ୍‌ଚୀ ଏହି ବିଦ୍ୟାଳୟରେ ପାଠ ପଢୁଥିବା ହେତୁ ପୁରାତନ ଛାତ୍ର ଅନୁସାରେ ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁସାରେ ସ୍କୁଲକୁ ୧ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ମୋ ସ୍କୁଲ ଅଭିଯାନର ଅଧିକାରୀ ଅମରଜିତ ଜେନା, ଜିଲ୍ଲା ଶିକ୍ଷାଅଧିକାରୀ ଡଃ. ସନାତନ ପଣ୍ଡା, ଛତ୍ରପୁର ବିଈଓ ଅବିନାଶ ଶତପଥୀ, ଏବିଇଓ ସୀତାରାମ ପାତ୍ର, ପ୍ରଧାନଶିକ୍ଷୟତ୍ରୀ ନମିତା ଦେ, ମୋ ସ୍କୁଲ ଅଭିଯାନର ସଂଯୋଜିକା ତଥା ଶିକ୍ଷୟତ୍ରୀ ଦେବସ୍ମିତା ମହାନ୍ତିଙ୍କ ସମେତ ବହୁ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଏହସହ ଅଧ୍ୟକ୍ଷା ବିଦ୍ୟାଳୟ ଭିଜିଟ୍ ଖାତାରେ ରାଜ୍ୟର ଏହି ବିଦ୍ୟାଳୟ ଶ୍ରେଷ୍ଠ ସ୍କୁଲ ବୋଲି ଲେଖିଛନ୍ତି । ପ୍ରାରମ୍ଭ ଅତିଥୀ ମାନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here