ଦିଗପହଣ୍ଡି (ଓବି ନ୍ୟୁଜ୍)(ଶିବ ପ୍ରସାଦ ରଥ): ଓଡିଶା ସରକାରଙ୍କ ରାଜ୍ୟ ଯୁବ କଲ୍ୟାଣ ପରିଷଦ ପକ୍ଷରୁ ବିଜୁ ଯୁବ ବାହିନୀ ଦ୍ୱାରା ସଡକ ସୁରକ୍ଷା ଓ ନିୟମ ସମ୍ବନ୍ଧୀୟ ସଚେତନତା ଅଭିଯାନ ରକ୍ଷକ କାର୍ଯ୍ୟକ୍ରମ ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସିରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ଅସ୍ଥାୟୀ ବସଷ୍ଟାଣ୍ଡ୍ ମୁଖ୍ୟ ରାସ୍ତା ଉପରେ ମୋଟର ଯାନ ଯାତ୍ରୀ ମାନଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ବିଜୁ ଯୁବ ବାହିନୀ ଓ ଏନଏସି କର୍ମଚାରୀ ମାନେ ସଚେତନତା କରିଥିଲେ ।
ନୂତନ ମୋଟରଯାନକୁ ପାଳନ କରିବା ସଙ୍ଗେ ସଙ୍ଗେ ସର୍ବଦା ହେଲମେଟ୍ ଓ ସିଟ୍ ବେଲ୍ଟ ପରିଧାନ କରି ସୁରକ୍ଷିତ ଯାତ୍ରାକୁ ଗୁରୂତ୍ୱାରୋପ ଦେବା ପାଇଁ କୁହାଯାଇଥିଲା । ସେହିପରି ହେଲମେଟ୍ ଓ ସିଟ୍ ବେଲ୍ଟ ପରିଧାନ କରି ଯାତ୍ରା କରୁଥିବା ମୋଟରଯାନ ଯାତ୍ରୀ ମାନଙ୍କୁ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଏନଏସି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଜୁ ଯୁବ ବାହିନୀ ୟୁଏଲବି କୋଡିନେଟର୍ ସନ୍ତୋଷ କୁମାର ବାଡତ୍ୟା, ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, ବିଧାୟକ ପ୍ରତିନିଧି ଉଦୟନାଥ ସ୍ୱାଇଁ, ସାଂସଦ ପ୍ରତିନିଧି ପ୍ରମୋଦ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ସମସ୍ତ ବିଜୁ ଯୁବ ବାହିନୀ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।