ଚିକିଟି (ଓବି ନ୍ୟୁଜ୍)(ଶିବ ପ୍ରସାଦ ରଥ): ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଅଧିନସ୍ଥ ନୂଆପଡ଼ା ଫାଣ୍ଡି ବୀରସିଂହ ଲକ୍ଷ୍ମୀନାରାୟଣ ପୁରରେ ଘଟିଛି ଏକ ଅମାନସିକ ଲଜ୍ଜା ଘଟଣା। ମିଳିଥିବା ସୁଚନା ମୁତାବକ ନୂଆପଡ଼ା ଫାଣ୍ଡି ଅଧିନସ୍ଥ ବୀରସିଂହ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ଜଣେ ୯ ବର୍ଷର କୋମଳମତି ନାବାଳିକାକୁ ୨୨ ବର୍ଷ ର ଯୁବକ ଘରକୁ ଡାକି ଦୁଷ୍କର୍ମ କରି ଥିବା ନାବାଳିକାର ଆଇ ଅଭିଯୋଗ ଆଣିଥିଲେ ।
ଆଜି ସକାଳ ପ୍ରାୟ ୯ ଘଣ୍ଟ ସମୟରେ ଉକ୍ତ ଗ୍ରାମ ର ଲିଟୁ ସାହୁ ୯ ବର୍ଷ ର ଏକ ନାବାଳିକା କୁ ସୌଦା ଆଣିବା ପାଇଁ ଦୋକାନକୁ ପଠାଇ ଥିଲେ ଉକ୍ତ ନାବାଳିକା ସୌଦା ଆଣି ପୁଅ ପିଲା ଘରେ ଦେଇ ଥିଲେ । ପୁଅ ପିଲା ଘରେ କେହି ନଥିବା ସୁଯୋଗ ନେଇ ଦୁସ୍କର୍ମ କରି ଥିଲେ । ଏହି ସମୟ ରେ ନାବାଳିକା ଟି ଚିତ୍କାର କରିଥିବା ବେଳେ ପୀଡିତା ଙ୍କ ଆଇ ପହଞ୍ଚି ଉଧାର କରିଥିଲେ । ଏନେଇ ନୂଆପଡ଼ା ଫାଣ୍ଡିରେ ଏକ ଅଭିଯୋଗ ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଧରି ଥାନାକୁ ଆଣିଛନ୍ତି ଏବଂ ପୀଡିତା ଙ୍କୁ ଚିକିତ୍ସା କରାଇ ଡାକ୍ତରୀ ମାଇନା କରାଯାଇଥିବା ସୂଚନା ମିଳିଛି।ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି।