ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ, ୧୨ ମୋବାଇଲ, ଖଣ୍ଡା, ବୋମା, ଛୁରୀ ଜବତ ଏବଂ ୪ ଗିରଫ

0
33

ଭଞ୍ଜନଗର (ଓବି ନ୍ୟୁଜ୍) ; ତାରସିଂ ଥାନା ବାର ଦଣ୍ଡା ଛକରେ ଗତକାଲି ରାତିରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ଅନ୍ୟ ପୋଲିସ କର୍ମଚାରୀ ପେଟ୍ରୋଲିଙ୍ଗ କରିବା ସମୟରେ ୫ଜଣ ଯୁବକ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ୪ଜଣଙ୍କୁ ଧରି ଥିବା ବେଳେ ଅନ୍ୟ ଜଣେ ବାଇକ ନେଇ ଖସି ପଳେଇଛି । ସେମାନଙ୍କୁ ଥାନାରେ ପଚରା ଉଚ୍ଚରା କରିବାରୁ ତାଙ୍କ ଠାରୁ ୧୨ଟି ଚୋରି ହୋଇଥିବା ମୋବାଇଲ, ୨ଟି ଖଣ୍ଡା, ୨ଟି ଛୁରୀ, ସାଇକେଲ ଚେନ,୫ଟି ବୋମା, ୧ପଲ୍ସର ବାଇକ ଓ କିଛି ଲଙ୍କା ଗୁଣ୍ଡ ପ୍ୟାକେଟ ଜବତ ହୋଇଛି । ଏମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ମାଡ ମାରି ଆଖିରେ ଲଙ୍କା ଗୁଣ୍ଡ ପକାଇ ମୋବାଇଲ, ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ପତ୍ର ଲୁଟି ନେଉଥିଲେ । ସେଥି ମଧ୍ୟରୁ ଭଞ୍ଜନଗର ନାହାତୁଠ ସାହିର ୩ଜଣ, କବି ସୂର‌୍ୟ୍ୟ ନଗର ର ୧ଥିବା ବେଳେ ଫେରାର ଥିବା ଅନ୍ୟ ଜଣେ ଭେଜି ପୁଟ ର ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here