ଘର ଓ ରାସନ କାର୍ଡ ଦାବିରେ ବିଡ଼ିଓ ଙ୍କୁ ସ୍ମାରକପତ୍ର

0
34

ଗଜପତି (ଓବି ନ୍ୟୁଜ୍)(ଗଣେଶ କୁମାର ରାଜୁ) ; ଗଜପତି ଜିଲ୍ଲା କାଶୀନଗର ବ୍ଲକ ଖାଁଣ୍ଡବା ପଞ୍ଚାୟତ୍ ଅନ୍ତର୍ଗତ ବାଡ଼ୀଗାଁ ଗ୍ରାମବାସୀ ଘର , ପେନସାନ , ଓ ରାସନ କାର୍ଡ ଦାବିରେ ବ୍ଲକ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଯେ , ବାଡ଼ିଗାଁ ଗ୍ରାମରେ ଆଦିବାସୀ , ହରିଜନ ଓ ଅନ୍ୟାନ୍ୟ ଜାତିର ଲୋକେ ବହୁ ସଂଖ୍ୟାରେ ବାସ କରି ଆସୁଛନ୍ତି । ସରକାରଙ୍କ ପକ୍ଷରୁ ଆଦିବାସୀ ଓ ହରିଜନ ଓ ପଛୁଆ ବର୍ଗର ଲୋକ ମାନଂକ ହିତ ପାଈଁ ପ୍ରଥମେ ବିଭିନ୍ନ ସୁବିଧା ସବୁ ଯୋଗାଇ ଦିଆଯିବ ବୋଲି ବିଭିନ୍ନ ମାଧ୍ୟମରେ ଡ଼ି଼ମ୍ ଡ଼ୀମି ପିଟ୍ଟା ଯାଉଥିଲେ ମଧ୍ୟ ବର୍ତମାନ ସୁଧା ଏହି ଗ୍ରାମବାସୀ ସରକାରଙ୍କ ବିଭିନ୍ନ ସୁବିଧା ପାଇବାରେ ବଂଚିତ ଅଛନ୍ତି । ଗ୍ରାମବାସୀ ଆହୁରି ଅଭିଯୋଗରେ ଦର୍ଶାଇଛନ୍ତି ଯେ , କିଛୀ ଗ୍ରାମବାସୀ ଉକ୍ତ ପଂଚାୟତରେ ସରପଞ୍ଚ ଙ୍କ ବିରୋଧୀ ହୋଇଥିବା ଯୋଗୁଁ , ସେମାନଙ୍କୁ କୋଣସି ସରକାରୀ ସୁବିଧା ସୁଯୋଗ ହାସଲ କରିବାରେ ବଂଚିତ କରାଯାଉଛି । ଏହି ସବୁ ଅଭିଯୋଗ ନେଇ ସମ୍ପୃକ୍ତ ଗ୍ରାମବାସୀ ସେମାନଙ୍କ ସମସ୍ୟାର ସମାଧାନ କରାଯିବା ନେଇ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ ଗ୍ରାମର ଲକ୍ଷଣ ଦାସ , ହାରାବତୀ ସାହୁ , ଲିଲି ଶବର , ସତ୍ୟ ଶବର , ୱେଙ୍କେଟି ଅଧିକାରୀ , ଅମୁଲ୍ୟ ସାହୁ , ସିଂଘା ଶବର ଏବଂ ଏନ:ଆପନ୍ନ ପ୍ରମୁଖ ବିଡ଼ିଓଙ୍କ ଦ୍ବାରସ୍ଥ ହୋଇ ।

LEAVE A REPLY

Please enter your comment!
Please enter your name here