ମଦୁଆ ଯୁବକର ଉନ୍ମତ୍ତ କାଣ୍ଡ, ବାନ୍ଧି ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକେ

0
111

ବେଗୁନିଆପଡା -(ଓବି ନ୍ୟୁଜ) -ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବରିଡ଼ା ଗ୍ରାମରେ ଜଣେ ମଦ୍ୟପର ଉତ୍ପାତରେ ନୟାନ୍ତ ହୋଇ ସ୍ଥାନୀୟ ଲୋକେ ସଂପୃକ୍ତ ମଦୁଆକୁ ପୋଲିସର ଜିମା ଦେଇଛନ୍ତି । ସୂଚନା ଅନୁସାରେ ବେଗୁନିଆପଡ଼ାର ବାହୁତୀ ଶତପଥୀ ମଦ୍ୟପାନ କରି ପରିବାରରେ ସବୁଦିନେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଶନିବାର ବାହୁତୀ ଏକ ମୋଟରସାଇକେଲ ଯୋଗେ ବେଗୁନିଆପଡ଼ାରୁ ଶ୍ବଶୁର ଘର ବରିଡ଼ାକୁ ଯାଉଥିଲା । ବେଗୁନିଆପଡ଼ା ଫାଣ୍ଡି ଛକରେ ମଂଗଳପୁର ଗ୍ରାମର ଜଣେ ବ୍ୟକ୍ତି ରାସ୍ତା କଡରେ ଛିଡା ହୋଇଥିବା ବେଳେ ବାହୁତୀ ଦ୍ରୁତ ଗତିରେ ଯାଇ ତାଙ୍କୁ ଧକ୍କା ଦେଇଥିଲା । ତେବେ ସ୍ଥାନୀୟ ଲୋକେ ବାଇକ୍ ଚାଳକକୁ ଅଟକାଇବା ବେଳକୁ ଖସି ପଳାଇବାକୁ ସମର୍ଥ ହୋଇଥିଲା ସଂପୃକ୍ତ ବାଇକ୍ ଚାଳକ । ତାପରେ ବାହୁତୀ କେ ବରିଡ଼ା ନିଜ ଶଶୁର ଘରକୁ ଯାଇ ନିଜ ସ୍ତ୍ରୀ ଉପରେ ଦାଉ ସାଧିବାରେ ଲାଗିଥିଲା । ପ୍ରବଳ ନିଶାସକ୍ତ ଅବସ୍ଥାରେ ଥିବା ବାହୁତୀ ନିଜ ସ୍ତ୍ରୀ ପଙ୍କଜିନି ଖାଡ଼ଙ୍ଗାକୁ ମାଡ ମାରି ବେକ ଓ ମୁହଁରେ ଆଘାତ କରିବା ସହ ଲହୁ ଲୁହାଣ କରିଥିଲା । ଏହି ଘଟଣା ଦେଖି ସାହି ପଡୋଶୀ ରୁଣ୍ଡ ହେବା ପରେ ସଂପୃକ୍ତ ମଦୁଆ ବାହୁତୀକୁ ସ୍ଥାନୀୟ ଲୋକେ ବାନ୍ଧି ରଖି ବେଗୁନିଆପଡ଼ା ପୋଲିସ୍ ଫାଣ୍ଡିରେ ଖବର ଦେବା ପରେ ପୋଲିସ ତୁରନ୍ତ ପହଞ୍ଚି ମଦୁଆକୁ ଗିରଫ କରି ଫାଣ୍ଡିକୁ ଆଣିଥିଲା ।

LEAVE A REPLY

Please enter your comment!
Please enter your name here